ନୂଆଦିଲ୍ଲୀ: ଦିଲ୍ଲୀ ଟ୍ରାଫିକ ଚାଲାଣ ଯଦି ଆପଣ ଜାତୀୟ ରାଜଧାନୀ ଦିଲ୍ଲୀରେ ଗାଡି ଚଳାଇବା ସମୟରେ କୌଣସି ଟ୍ରାଫିକ ନିୟମକୁ ଅଣଦେଖା କରନ୍ତି ତେବେ ଆପଣଙ୍କ ଗାଡିର ଚାଲାଣ କଟାଯାଇପାରେ। ଲୋକଙ୍କୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଟ୍ରାଫିକ୍ ପୁଲିସ ଚାଲାଣ କାଟିବା କାର୍ଯ୍ୟକୁ ଜୋରଦାର କରିଛି।
ଟ୍ରାଫିକ୍ ପୁଲିସ ୭୫ ପ୍ରକାର ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ଚାଲାଣ କାଟିଥାଏ, ଯେଉଁଥିରେ କୌଣସି ନିୟମ ଉଲ୍ଲଂଘନ ହେଲେ ଚାଳକଙ୍କୁ ଚାଲାଣ କରାଯାଇପାରିବ।
କ୍ଷତିଗ୍ରସ୍ତ ହେଲମେଟ, ବିନା ବେଲ୍ଟରେ ହେଲମେଟ ପିନ୍ଧିବା, ବେଲ୍ଟ କଡ଼ାକଡ଼ି ଭାବେ ବାନ୍ଧି ନ ବାନ୍ଧିବା, ଧୂମପାନ ସମୟରେ ଗାଡି ଚଳାଇବା, ଗାଡିର ହର୍ଣ୍ଣ ନଷ୍ଟ ହେବା, ଜରୁରୀକାଳୀନ ଗାଡିକୁ ପାର୍ଶ୍ୱ ନଦେବା ଆଦି ଅନେକ ମାମଲାରେ ଚାଲାଣ କଟାଯାଉଥିବା ବିଷୟରେ ଲୋକେ ଅବଗତ ନୁହଁନ୍ତି।
ଏଭଳି ସ୍ଥିତିରେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି। ଗତ ୧୦ ମାସ ମଧ୍ୟରେ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୫ ଲକ୍ଷରୁ ଅଧିକ ଲୋକଙ୍କୁ ଚାଲାଣ କରାଯାଇଛି। ଅର୍ଥାତ୍ ପ୍ରତି ମାସରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଚାଲାଣ କଟାଯାଉଥିଲା।
ସେଥିମଧ୍ୟରୁ ବିନା ହେଲମେଟରେ ୨.୯୬ ଲକ୍ଷ ଓ ବିନା ଲାଇସେନ୍ସରେ ୨.୪୩ ଲକ୍ଷ, ଭୁଲ ପାର୍କିଂ ପାଇଁ ୪.୫୮ ଲକ୍ଷ ଏବଂ ରେଡ୍ ଲାଇଟ୍ ଡେଇଁବା ପାଇଁ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଚାଲାଣ କରାଯାଇଛି। ରାସ୍ତାରେ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ପୋଲିସ ବାରମ୍ବାର ଚାଲାଣ କାଟିବା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଚାଳକଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଥମିବାର ନାଁ ନେଉନାହିଁ।
୧୦ ମାସରେ ବିଭିନ୍ନ ମୁଣ୍ଡରେ ହୋଇଥିବା ଚାଲାଣର ତଥ୍ୟ