ନୂଆଦିଲ୍ଲୀ: ଚାକିରିରୁ ଅବସର ନେବା ପରେ ଯଦି ଆପଣ ନିଜର କର୍ମଜୀବନକୁ ଭୁଲି ଯାଉଛନ୍ତି ଏବଂ କେବଳ ଘରେ ଖାଲି ବସି ସମୟ ବିତାଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି । ବିଶେଷ କରି ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ଖାଲି ପଡ଼ିଛି। ହଁ, ନିକଟରେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ (ଡିଏମଆରସି) ମ୍ୟାନେଜର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ସରକାରୀ ଚାକିରି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯାହା ପରେ delhimetrorail.com ଦିଲ୍ଲୀ ମେଟ୍ରୋ ୱେବସାଇଟରେ ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଛି। ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ୩ ଡିସେମ୍ବର ୨୦୨୪ ରହିଛି।
ଯେଉଁମାନେ ଦୀର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ ଦିଲ୍ଲୀ ମେଟ୍ରୋରେ ମ୍ୟାନେଜର (ଲ୍ୟାଣ୍ଡ) ପୋଷ୍ଟ କୋଡ୍: ୦୧/ଏମ୍ଏଲ୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (ଲ୍ୟାଣ୍ଡ) ପୋଷ୍ଟ କୋଡ୍: ୦୨/ଏଏମ୍/ଏଲ୍ ପଦବୀରେ ଚୟନ କରାଯିବ। ଦିଲ୍ଲୀ ମେଟ୍ରୋରେ ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ବିଇ/ବିଟେକ୍ (ସିଭିଲ) ଏବଂ ସମକକ୍ଷ ଯୋଗ୍ୟତା ଥିବା ଆବଶ୍ୟକ।
ବିନା କୌଣସି ପରୀକ୍ଷାରେ ସିଧାସଳଖ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଡିଏମଆରସି ଦ୍ୱାରା ପ୍ରାର୍ଥୀଙ୍କୁ ଚୟନ କରାଯିବ। ଚୟନ ପରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୮୭,୮୦୦ ଟଙ୍କା ଦରମା ଦିଆଯିବ। ସେହିପରି ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାସିକ ୬୮,୩୦୦ ଟଙ୍କା ଦରମା ଦିଆଯିବ।
ଦିଲ୍ଲୀ ମେଟ୍ରୋରେ ୦୩ଟି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦପାଇଁ ଆବେଦନ ଆହ୍ୱାନ କରାଯାଇଛି। ଏହି ପଦବୀଗୁଡ଼ିକ ଅବସର ଚୁକ୍ତି ଭିତ୍ତିରେ ପୂରଣ କରାଯାଉଛି। ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୫୫ ବର୍ଷ ଏବଂ ସର୍ବାଧିକ ବୟସ ୬୨ ବର୍ଷ ରହିଛି। ୧ ନଭେମ୍ବର ୨୦୨୪ ଆଧାରରେ ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ। ପ୍ରାର୍ଥୀମାନେ ଅଫିସିଆଲ ବିଜ୍ଞପ୍ତିରୁ ଅନ୍ୟ ବିବରଣୀ ଯାଞ୍ଚ କରିପାରିବେ।
ଅଧିକ ପଢ଼ନ୍ତୁ: ଅତ୍ୟାଧୁନିକ ଉପଗ୍ରହ ଉତକ୍ଷେପଣ କରିବ ସ୍ପେସ୍ଏକ୍ସ