ଶିମଲା: ହିମାଚଳ ପ୍ରଦେଶର ମଣ୍ଡି ସହର ରବିବାର ସକାଳେ ଭୂମିକମ୍ପ ଯୋଗୁଁ ଥରି ଉଠିଛୀ। ଏଠାରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୮ଟା ୪୨ମିନିଟରେ ଲୋକେ ଭୂକମ୍ପ ଅନୁଭବ କରିଥିଲେ। ଏହାପରେ ଲୋକମାନେ ଘରୁ ବାହାରିବା ଆରମ୍ଭ କରିଥିଲେ। ନ୍ୟାସନାଲ ସିସ୍ମୋଲୋଜି ସେଣ୍ଟର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଏହା ପୂର୍ବରୁ ଆଜି ରାତି ୨ଟାରେ ବଙ୍ଗୋପସାଗରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୦ ରହିଥିଲା। ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ଉତ୍ତରାଖଣ୍ଡ ମଧ୍ୟ ସମାନ ଭାବରେ ଥରି ଉଠିଥିଲା। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାବ୍ୟତୀତ ଗତ ସପ୍ତାହରେ ଦିଲ୍ଲୀରେ ମଧ୍ୟ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିଲା। ଫେବ୍ରୁଆରି ୧୭ ତାରିଖ ସକାଳ ୫ଟା ୩୭ମିନିଟରେ ଦିଲ୍ଲୀରେ ୪.୦ ତୀବ୍ରତାର ଭୂମିକମ୍ପ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା।
ଅଧିକ ପଢ଼ନ୍ତୁ: ବିସ୍ତୃତ ବିବରଣୀ ପ୍ରଦାନ କରିବାରେ ବିଫଳ ହେଲେ ଚାଲିଯିବ କର୍ମଚାରୀଙ୍କ ସରକାରୀ ଚାକିରି!