ସୁରଟ: ଗୁଜରାଟର ସୁରତରେ ଜଣେ ବ୍ୟକ୍ତି କମ୍ପ୍ୟୁଟର ଅପରେଟର ଚାକିରି ଛାଡିବା ପାଇଁ ନିଜର ୪ଟି ଆଙ୍ଗୁଠି କାଟି ଦେଇଛନ୍ତି। ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କ ହୀରା କମ୍ପାନିରେ କମ୍ପ୍ୟୁଟର ଅପରେଟର ଚାକିରି ଛାଡିବାକୁ ଚାହୁଁଥିଲେ ମଧ୍ୟ ଏହା କହିବାକୁ ସାହସ ଜୁଟାଇ ପାରିନଥିଲେ ବୋଲି ପୁଲିସ କହିଛି। ତେଣୁ କମ୍ପ୍ୟୁଟର ଚଳାଇବାରେ ସକ୍ଷମ ନ ହେବା ପାଇଁ ସେ ଏକ ଧାରୁଆ ଛୁରୀରେ ବାମ ହାତର ୪ଟି ଆଙ୍ଗୁଠି କାଟି ଦେଇଥିଲେ।
କମ୍ପୁଟର ଅପରେଟର ଅଘଟଣ କରି ପୁଲିସକୁ କହିଥିଲେ ଯେ ସେ ରାସ୍ତାକଡ଼ରେ ଅଚେତ ହୋଇପଡ଼ିଛନ୍ତି। ଚେତା ଫେରିବା ପରେ ସେ ଦେଖିଲେ ଯେ ତାଙ୍କ ଆଙ୍ଗୁଠି ହଜିଯାଇଛି। ପୁଲିସ କହିବା ଅନୁଯାୟୀ, ସେତେବେଳେ କେହି କଳା ଯାଦୁ ପାଇଁ ଆଙ୍ଗୁଠି କାଟି ଦେଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଘଟଣାର ତଦନ୍ତ କରିବା ପରେ ଯୁବକ ଜଣକ ମିଛ କହିଥିବା ଜଣାପଡ଼ିଥିଲା। ବାସ୍ତବରେ ସେ ନିଜେ ଆଙ୍ଗୁଠି କାଟି ଦେଇଥିଲେ।
ମୟୂର ସ୍ୱୀକାର କରିଛନ୍ତି ଯେ ସେ ଏକ ଦୋକାନରୁ ଛୁରୀ କିଣିଥିଲେ। ରବିବାର ରାତିରେ ସେ ଅମରୋଲି ରିଙ୍ଗରୋଡକୁ ଯାଇ ସେଠାରେ ନିଜର ମୋଟର ସାଇକେଲ ପାର୍କିଂ କରିଥିଲେ। ଏହାପରେ ଛୁରୀରେ ୪ଟି ଆଙ୍ଗୁଠି କାଟି ଦିଆଯାଇଥିଲା। ତା'ପରେ ବ୍ୟାଗ୍ରେ ଛୁରୀ ଓ ଆଙ୍ଗୁଠି ପକାଇ ଫିଙ୍ଗି ଦେଇଥିଲେ। ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଗୋଟିଏ ବ୍ୟାଗରୁ ୩ଟି ଆଙ୍ଗୁଠି ଜବତ ହୋଇଥିବା ବେଳେ ଅନ୍ୟ ବ୍ୟାଗରୁ ଛୁରୀ ମିଳିଥିଲା।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ସରକାରରେ ବିଜେପିରୁ ରହିବେ ୨୨ ଜଣ ମନ୍ତ୍ରୀ