ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ଭାରତୀୟ ବଜାରରେ କିଆ ଇଣ୍ଡିଆ ନାଁ କରିସାରିଛି । ଏହା ଆଗାମୀ ଦିନରେ ବଜାରରେ ଅଧିକ ଭାଗିଦାରୀ ହୋଇପାରିବ ବୋଲି ଆଶା କରାଯାଉଛି । କଂପାନୀ ନିକଟରେ ଇଭି୬ ନାମରେ ଭାରତ ପାଇଁ ଟ୍ରେଡମାର୍କ କରିଛି, ଯେଉଁଥିରୁ ସ୍ପଷ୍ଟ ହୋଇଯାଇଛି ଯେ, କିଆ ଇଲେକ୍ଟ୍ରିକାର ବାହନ ମାର୍କେଟରେ ଖୁବ ଶୀଘ୍ର ଉପଲବ୍ଧ ହୋଇପାରେ । କଂପାନୀ ନୂଆ ଇଲେକ୍ଟ୍ରିକାର ଟୀଜର ଜାରି କରିଦେଇଛି । ଏଥିରେ କମିଙ୍ଗ ସୁନ ଲେଖାଯାଇଛି ।
କଂପାନୀର ଆନ୍ଧ୍ର ପ୍ରଦେଶସ୍ଥିତ କାରଖାନାରେ ଇଲେକ୍ଟିକାର ଭିନ୍ନ ଭିନ୍ନ ରଂଗରେ ଦେଖାଯାଇଛି, ଯେଉଁଥିରେ କି ଧଳା ଓ ସିଲଭର ସାମିଲ ରହିଛି । କଂପାନୀ ଆସନ୍ତା ୨୬ ତାରିଖରେ ଭାରତୀୟ ବଜାରରେ ଏହି ଇଲେକ୍ଟ୍ରିକାର ପାଇଁ ବୁକିଂ ଆରମ୍ଭ କରିପାରେ । ଏହା ପରେ ଦେଶରେ ବହୁ ପ୍ରତିକ୍ଷୀତ ଏହି କାରକୁ ଲଞ୍ଚ କରାଯାଇପାରେ । କାର୍ରେ ୭୭.୪ କିଲୋୱାଟ-ଆର ବ୍ୟାଟେରି ପ୍ୟାକ ଦେଇଛି । ଏହା ଗୋଟିଏ ଥର ଚାର୍ଜ କଲେ ୫୨୮ କିଲୋମିଟର ଗଡ଼ିବ ।