ମେକ୍ସିକୋ: ମେକ୍ସିକୋର ଏକ ଛୋଟ ସହରରେ ଦୁର୍ନୀତି ବିରୋଧୀ ଚଢ଼ାଉ କରି ତାଙ୍କୁ ଗିରଫ କରିବା ପାଇଁ ସେନା ପହଞ୍ଚିବା ପରେ ପୁଲିସ ମୁଖ୍ୟ ନିଜକୁ ଗୁଳି କରିଛନ୍ତି। ଚଢ଼ାଉ ବେଳେ ଅନ୍ୟାନ୍ୟ ସହରର ବରିଷ୍ଠ ପୁଲିସ କମାଣ୍ଡର ଏବଂ ଜଣେ ମେୟରଙ୍କୁ ମଧ୍ୟ ଅଟକ ରଖାଯାଇଛି।
ଏହି ଚଢ଼ାଉକୁ ଫେଡେରାଲ ଅଧିକାରୀମାନେ 'ଅପରେସନ୍ ସ୍ୱାର୍ମ' ବୋଲି କହିବା ସହ ମେକ୍ସିକୋ ସିଟିର ପଶ୍ଚିମରେ ଏବଂ ଦେଶର ରାଜଧାନୀର ପାର୍ଶ୍ୱରେ ଥିବା ଦୁଇଟି ଜନବହୁଳ ଉପାନ୍ତ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା।
ଫେଡେରାଲ୍ ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ସେଫ୍ଟି କହିଛି ଯେ ଗିରଫ ହୋଇଥିବା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ଅପରାଧୀ ଗୋଷ୍ଠୀ ସହ ଜଡ଼ିତ ଥିଲେ। ସେମାନଙ୍କ ବିରୋଧରେ ଦାଦାବଟି, ଅପହରଣ ଓ ହତ୍ୟା ଭଳି ଅପରାଧରେ ମାମଲା ରୁଜୁ ହୋଇଥିଲା। ତେବେ ତାଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସରକାରୀ ଓକିଲମାନେ କହିଛନ୍ତି ଯେ ଗ୍ରାମୀଣ ସହର ଗୁଡ଼ିକ ମଧ୍ୟରୁ ଅନ୍ୟତମ ଟେକ୍କଲଟିଲାନ୍ର ପୁଲିସ ମୁଖ୍ୟ ନିଜ ଅସ୍ତ୍ରରେ ଆତ୍ମହତ୍ୟା କରିଥିବା ବେଳେ ନୌସେନା, ନ୍ୟାସନାଲ ଗାର୍ଡ ଏବଂ ସୈନିକମାନେ ଅନିର୍ଦ୍ଦିଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ।
ଯବାନମାନେ ନିକଟସ୍ଥ ଆମାନାଲ୍କୋର ମେୟରଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରିବା ସହ ସହରର ପୁଲିସ ମୁଖ୍ୟ ଏବଂ ଅନ୍ୟ ଜଣେ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି। ସୁଦୂର ଦକ୍ଷିଣରେ ଥିବା ଟ୍ଜୁପିଲ୍କୋ ସହରର ପୁଲିସ ମୁଖ୍ୟଙ୍କୁ ମଧ୍ୟ ସେମାନେ ଗିରଫ କରିଛନ୍ତି।
ଅଧିକ ପଢ଼ନ୍ତୁ: ଏଲନ୍ ମସ୍କ କାହିଁକି ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ?