ପ୍ରଳୟ ରଚିବ ସୁପର ସାଇକ୍ଲୋନ୍ ‘ମୋକା’: ଆଜି ମଧ୍ୟାହ୍ନରେ କରିବ ଲ୍ୟାଣ୍ଡଫଲ
Khabar Odisha:thousands-evacuated-as-Bangladesh-Myanmar-brace-for-landfall-cyclone-mocha
ଖବର ଓଡିଶା : 14/05/2023:

ଭୟାନକ ପ୍ରଳୟ ରଚିବ ବାତ୍ୟା ‘ମୋକା’ । ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ଏନେଇ ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ଆକଳନ କରିଛନ୍ତି । ପାଣିପାଗ ସଂସ୍ଥା ସ୍କାଏମେଟରେ ଆକଳନ ଅନୁସାରେ ବାତ୍ୟା ‘ମୋକା’ ସ୍ଥଳ ଭାଗ ଛୁଇଁଲା ବେଳକୁ ସୁପର ସାଇକ୍ଲୋନର ରୂପ ନେଇ ସାରିଥିବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୨୨୦ କିଲୋମିଟର ରହିପାରେ । ସେହିପରି ଆମେରିକା ନୌସେନାର ଜଏଂଟ ଟାଇଫୁନ୍ ୱାର୍ଣ୍ଣିଂ ସେଂଟର ଆକଳନ କରିଛି ଯେ ବାତ୍ୟା ମୋକା ସୁପର ସାଇକ୍ଲୋନର ରୂପ ନେଇ ସାରିଛି । ଶୁକ୍ରବାର ରାତିରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଥିବା ବେଳେ ଶନିବାର ରାତିରେ ମହାବାତ୍ୟା ରୂପ ନେଇଛି । ମହାସମୁଦ୍ର ଭିତରେ ଭୟଙ୍କର ପବନ ଧରି ଏହା ଆଗକୁ ବଢୁଛି । ଲ୍ୟାଣ୍ଡଫଲ ବେଳକୁ ୨୪୦ କିମି ବେଗରେ ପବନ ମାଡ ହୋଇପାରେ ବୋଲି ଜେଟିଡବ୍ଲୁସି ସତର୍କ କରାଇଛି ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ କରିଛି ଯେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ଆଜି ମଧ୍ୟାହ୍ନରେ ଦକ୍ଷିଣପୂର୍ବ ବାଂଲାଦେଶ ଏବଂ ଉତ୍ତର ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ କିମି ରହିବ । ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୨୧୦ କିମି ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ମିଆଁମାର ଉପକୂଳ ଅଂଚଳରେ ମୋକା ପ୍ରଭାବରେ ପବନ ଓ ବର୍ଷା ଆରମ୍ଭ ହୋଇଗଲାଣି । ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ବାଂଲାଦେଶ ଓ ମିଆଁମାର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  

Subscribe

National International State Sports Entertainment