ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ କମ୍ପାନୀ ଏନଭିଡିଆର ସିଇଓ ପଦରୁ ଜେନସନ ହୁଆଙ୍ଗ ଇସ୍ତଫା ପରେ ପରବର୍ତ୍ତୀ ସିଇଓ କିଏ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ତେବେ କମ୍ପାନୀ ପରିଷଦର ସଦସ୍ୟରୁ ମଧ୍ୟରେ ଜଣେ କିମ୍ବା ବାହାର ବ୍ୟକ୍ତିଙ୍କୁ ସିଇଓ ପଦ ପାଇଁ ଚୟନ କରାଯାଇପାରେ । ଏହି ପଦ ପାଇଁ ୧୧ ଜଣ ଦାବିଦାର ରହିଥିବା କୁହାଯାଉଛି । ଏଥିରେ ୩ ଜଣ ଭାରତୀୟ ବଂଶୋଦ୍ଭବୀ ନାମ ମଧ୍ୟ ସାମିଲ ରହିଛି ।
ଜେନସନ ଏନଭିଡ଼ିଆକୁ କୃତ୍ରିମ ବୁଦ୍ଧିମତା ଟେକ୍ନୋଲୋଜିରେ ଶୀର୍ଷରେ ପହଁଚାଇଥିଲେ । ତେଣୁ ତାଙ୍କ ସ୍ଥାନରେ ଯିଏ ଆସିବ ସିଏ ଟେକ୍ନୋଲୋଜି ବିଖ୍ୟାତ ହୋଇଥିବା ନିହାତି ଜରୁରି । ଟେକ୍ନୋଲୋଜି ସହିତ ଆର୍ଥିକ କାରବାରରେ ଦକ୍ଷ ଥିବା ଆବଶ୍ୟକ ।
ମେମୋରି ଚିପ୍ ନିର୍ମାତା କମ୍ପାନୀ ମାଇକ୍ରୋନ୍ ସିଇଓ ସଞ୍ଜୟ ମେହରୋତ୍ରା ଏହି ଦୌଡ଼ରେ ଶୀର୍ଷରେ ରହିଛନ୍ତି । ୨୦୧୭ ମସିହାରୁ ସଞ୍ଜୟ ମେହରୋତ୍ରା ସବୁଠାରୁ ବଡ଼ ଚିପ୍ ନିର୍ମାତା କମ୍ପାନୀର ପ୍ରମୁଖ ଅଟନ୍ତି । ତାଙ୍କ ନିକଟରେ ୪ ଦଶନ୍ଧିରୁ ଅଧିକ ଅନୁଭବ ରହିଛି । ସେ ଏନଭିଡ଼ିଆ ସହିତ ପୂର୍ବରୁ ମଧ୍ୟ କାମ କରିଛନ୍ତି । ଖାଲି ସେତିକି ନୁହେଁ ସେ ୧୯୮୮ ମସିହାରେ ସେନଡିସ୍କ କମ୍ପାନୀ ପ୍ରତିଷ୍ଠାରେ ମଧ୍ୟ ସାମିଲ ଥିଲେ । ୨୦୧୧ ମସିହାରେ ସେ ସାନଡିସ୍କ କମ୍ପାନୀର ସିଇଓ ପଦ ଅଳଙ୍କୃତ କରିଥିଲେ ଏବଂ ୨୦୧୬ ମସିହା ପର୍ଯ୍ୟନ୍ତ କମ୍ପାନୀ ବିକ୍ରି ହେବା ଯାଏ ସେ ସେଥିରେ କାମ କରିଥିଲେ ।
ସେହିପରି ପାଲୋ ଅଲ୍ଟୋ ନେଟୱାର୍କ୍ସର ସିଇଓ ନିକେଶ ଅରୋଡ଼ାଙ୍କ ଏଥିରେ ସାମିଲ ରହିଛି । କମ୍ପାନୀର ଅଧିକାଂଶ ନିବେଶକ ତାଙ୍କ ନାମ ଆଗକୁ ରଖିଛନ୍ତି । ୨୦୧୮ ମସିହାରୁ ନିକେଶ ପାଲୋ ଅଲ୍ଟୋ ନେଟୱାର୍କର ନେତୃତ୍ୱ ନେଉଛନ୍ତି । ଏହା ପୂର୍ବରୁ, ସେ ସଫ୍ଟବ୍ୟାଙ୍କ (SoftBank) ର ସଭାପତି ଏବଂ ମୁଖ୍ୟ ପରିଚାଳନା ଅଧିକାରୀ (COO) ଭାବରେ କାର୍ଯ୍ୟ କରିଥିଲେ ଏବଂ ଗୁଗୁଲ୍ରେ ଏକ ଦଶନ୍ଧି ବିତାଇଥିଲେ। ତାଙ୍କର ଅଭିଜ୍ଞତା ମୁଖ୍ୟତଃ ସାଇବର ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାର ଅନ୍ୟ କ୍ଷେତ୍ରଗୁଡ଼ିକ ସହିତ ଜଡ଼ିତ । କିନ୍ତୁ ଚିପ୍ ନିର୍ମାଣ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା କମ୍ ରହିଛି ।
ତୃତୀୟ ଭାରତୀୟ ବଂଶୋଦ୍ଭବ ହେଲେ ଗୁଗୁଲ୍ କ୍ଲାଉଡ୍ର ସିଇଓ ଥମାସ କୁରିଆନ୍ । ଥମାସଙ୍କୁ ମଧ୍ୟ ଏନଭିଡ଼ିଆର ଏକ ଶୀର୍ଷ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ବିବେଚନା କରାଯାଇପାରେ। ଗୁଗୁଲ୍ରେ, କୁରିଆନ୍ କ୍ଲାଉଡ୍ ଭିତ୍ତିଭୂମି, ଏଣ୍ଟରପ୍ରାଇଜ୍ ସଫ୍ଟୱେର୍ ଏବଂ ଏଆଇ ସେବାଗୁଡ଼ିକ ଦାୟିତ୍ୱରେ ରହିଛନ୍ତି । ତଥାପି ଚିପ୍ ଡିଜାଇନ୍ରେ ତାଙ୍କ ନିକଟରେ ବିଶେଷ ଅଭିଜ୍ଞତା ନାହିଁ ।
ଅନ୍ୟ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଆପଲ୍ର ପୂର୍ବତନ ମୁଖ୍ୟ ଟିମ୍ କୁକ୍, ମଧ୍ୟରେ ଏଏମ୍ଡିର ମୁଖ୍ୟ ଲିସା ସୁ, ଆର୍ମର ମୁଖ୍ୟ ରେନେ ହାସ୍, ଇଣ୍ଟେଲ୍ର ପୂର୍ବତନ ମୁଖ୍ୟ ପ୍ୟାଟ୍ ଗେଲ୍ସିଙ୍ଗର୍, ମାର୍ଭେଲ୍ର ମ୍ୟାଟ୍ ମର୍ଫି ଓ ଆପଲ୍ର ହାର୍ଡୱେର୍ ବିଭାଗ ମୁଖ୍ୟ ଜୋନି ସ୍ରୌଜି ରହିଛନ୍ତି। ଏନଭିଡିଆର ଅଧିକାରୀ ଇଆନ୍ ବକ୍ ମଧ୍ୟ ଏହି ଦୌଡ଼ରେ ଅଛନ୍ତି।