ୱାଶିଂଟନ୍: ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ ଦ୍ୱାରା ଟେକ୍ସାସରୁ ଉତକ୍ଷେପଣ କରାଯାଇଥିବା ଷ୍ଟାରସିପ୍ ରକେଟ୍ ମିଶନ ବିଫଳ ହୋଇଛି । ଉତକ୍ଷେପଣ ହେବାର ମାତ୍ର କେଇ ମିନିଟରେ ତାହା ଧ୍ୱଂସ ହୋଇଯାଇଛି । ଏମିତି ମେକ୍ସିକୋରେ ଏକ ବିମାନକୁ ମଧ୍ୟ ଗତିପଥ ବଦଳାଇବାକୁ ପଡ଼ିଥିଲା । ଏ ନେଇ ଏଲନ୍ ମସ୍କ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।
ସ୍ପେସ୍ଏକ୍ସ ମିଶନ କଣ୍ଟ୍ରୋଲ୍ ନିଜ ଦକ୍ଷିଣ ଟେକ୍ସାସରୁ ଷ୍ଟାରସିପ୍ ରକେଟକୁ ସନ୍ଧ୍ୟା 5ଟା 38 ମିନିଟ୍ ରେ ଉତକ୍ଷେପଣ କରିଥିଲା । ମାତ୍ର 8 ମିନିଟ୍ ପରେ ଷ୍ଟାରସିପ୍ ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ପରେ ଜଣାପଡ଼ିଥିଲା ଯେ ଉତକ୍ଷେପଣ ପରେ ରକେଟରେ ବିସ୍ଫୋରଣ ହୋଇଥିଲା । ଏମିତିକି ହୈତୀର ରାଜଧାନୀ ପୋର୍ଟ-ଆଁ-ପ୍ରିନ୍ସର ଆକାଶରେ ଏକ କମଳା ରଙ୍ଗର ଧାର ତଳକୁ ଖସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରୁ ଧୂଆଁ ମଧ୍ୟ ନିର୍ଗତ ହେଉଥିଲା । ଯାହାର ଭିଡ଼ିଓ ମଧ୍ୟ କଏଦ କରାଯାଇଛି । ତେବେ ଏଥିରେ କେହି ଚାଳକ ନ ଥିଲେ । ଏଥିରେ ପ୍ରଥମ ଥର ପାଇଁ ନକଲି ଉପଗ୍ରହର ପରୀକ୍ଷଣ କରାଯାଉଥିଲା ।
ସ୍ପେସ୍ଏକ୍ସର ପ୍ରବନ୍ଧକ ଡୈନ୍ ହୁଆଟେ ସୂଚନା ଦେଇ କହିଛନ୍ତି, ଆମେ ରକେଟ୍ ସହିତ ସମସ୍ତ ସମ୍ପର୍କ ହରାଇଛୁ । ଯେଉଁଥିରୁ ଜଣାପଡ଼ିଛି ଯେ ଏହାର ଉପର ଅଂଶରେ ଏକ ବୈଷୟିକ ତ୍ରୁଟି ରହିଥିଲା । ମାର୍ଚ୍ଚରେ ହୋଇଥିବା ଏକ ମିଶନ ମଧ୍ୟ ବିଫଳ ହୋଇଥିଲା, ପୂର୍ବ ଥର ଷ୍ଟାରସିପର ଉପର ଅଂଶ ଅଚଳ ହୋଇଯାଇଥିଲା । ଏହା ହିନ୍ଦ୍ ମହାସାଗର ଉପରେ ପୃଥ୍ୱୀର ବାୟୁମଣ୍ଡଳରେ ପ୍ରବେଶ କରୁଥିଲା । କିନ୍ତୁ ଏପରି କ୍ୱଚିତ ସ୍ପେସ୍ଏକ୍ସ ଦୁର୍ଘଟଣା ରହିଛି, ଯେଉଁଥିରେ ବିମାନ ଯାତାୟତରେ ବ୍ୟାପକ ବାଧା ସୃଷ୍ଟି ହୋଇଥିବ ।