ଗତ କିଛି ଦିନ ହେବ ଦୁବାଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି | ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ ଦେଇଥିଲା । ପ୍ରବଳ ବର୍ଷା ପରେ ଅନେକ ବିମାନ ବାତିଲ କରାଯାଇଥିଲା ଏବଂ ସ୍କୁଲ ବନ୍ଦ ରହିଥିଲା। ଏହିପରି ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ରାସ୍ତା ଜଳମୟ ହୋଇଯାଇଥିଲା ।
ପ୍ରବଳ ବର୍ଷା ଓ ବନ୍ୟା ପରେ ଦୁବାଇରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୁରା ଆକାଶ ସବୁଜ ରଙ୍ଗରେ ଆଚ୍ଛାଦିତ ହୋଇଯାଇଥିଲା । ସୋସିଆଲ୍ ମିଡିଆ X ରେ ଏକ ୨୩ ସେକେଣ୍ଡର ଭିଡିଓ ଭାଇରାଲ ହେଉଛି । ଭିଡିଓ କ୍ୟାପସନରେ ଲେଖାଯାଇଥିଲା ଯେ, “ଦୁବାଇର ଆକାଶ ସବୁଜ ହୋଇଯାଇଛି"। ତେବେ ବୁଧବାର ଏହି ପୋଷ୍ଟ କରାଯାଇଥିଲାବେଳେ ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଦୁବାଇରେ ଆକାଶ ଏହିପରି ସବୁଜ ହେବା ଏକ ସାଧାରଣ କଥା ନୁହେଁ। ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ବାୟୁମଣ୍ଡଳରେ ଥିବା ଆଲୋକମାଳା ବାଦଲରେ ଥିବା ବରଫ ଉପରେ ପଡିଲେ ଏଥିରୁ ବାହାରିଥିବା ଆଲୋକରେ ଆକାଶ ସବୁଜ ଦେଖାଯାଏ ।
ଅଧିକ ପଢନ୍ତୁ : ଜଳମଗ୍ନ ଦୁବାଇ