ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ରୁଷ ରାଷ୍ଟ୍ରପତି । ଖୁବଶୀଘ୍ର ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏ ନେଇ ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ତେବେ ପୁଟିନ କେଉଁ ଦିନ ଆସିବେ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇ ନାହିଁ ।
ରୁଷ ବୈଦେଶିକ ମନ୍ତ୍ରୀ ସଗୈଇ ଲାବରୋବ କହିଛନ୍ତି, ବର୍ତ୍ତମାନ ଭାରତ ରୁଷିୟ ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ପ୍ରସ୍ତୁତି କରୁଛି । ରୁଷିଆରେ ଥିବା ଭାରତୀୟ ଦୂତାବାସ ଏବଂ ରୁଷ ଅନ୍ତରାଷ୍ଟ୍ରୀୟ ପରିଷଦରେ ମିଳିତ ଆନୁକୂଲ୍ୟରେ ଏହି ଗସ୍ତର ଆୟୋଜନ କରାଯାଉଛି । ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ଭାରତ ଗସ୍ତ କରିବେ ବୋଲି ସେ କହିଛନ୍ତି । "ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ସରକାରଙ୍କ ମୁଖ୍ୟଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ରୁଷ ରାଷ୍ଟ୍ରମୁଖ୍ୟଙ୍କ ଭାରତ ଗଣରାଜ୍ୟ ଗସ୍ତ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି।" ଗତବର୍ଷ ପୁନଃନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଥିଲା ରୁଷ । "ଏବେ ଆମର ପାଳି," ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରେଟ୍ ପାଟ୍ରିୟୋଟିକ୍ ୱାର ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ପାଳନରେ ଯୋଗ ଦେବାକୁ ମସ୍କୋର ରେଡ ସ୍କୋୟାରରେ ଆୟୋଜିତ ପରେଡରେ ରୁଷ ଗସ୍ତ କରିପାରନ୍ତି । ମେ 9 ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଗସ୍ତ କରିବାର ସମ୍ଭାବନା ରହିଛି ।
ଗତ ବର୍ଷ ଜୁଲାଇରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣରେ ୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ଗସ୍ତ କରିଥିଲେ।