ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ୭ ଅସ୍ଥାୟୀ ସଦସ୍ୟଙ୍କ ସହ ଟେଲିଫୋନରେ କଥା ହୋଇଥିଲେ।
ଶୋକବ୍ୟକ୍ତ କଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ:
X (ଟ୍ୱିଟର)ରେ ଏକ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି "ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି ଏବଂ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ସାଧାରଣ ଲୋକଙ୍କ ଜୀବନହାନି ପାଇଁ ଗଭୀର ସମବେଦନା ଜଣାଇଛନ୍ତି।"
ବିବୃତ୍ତିରେ କୁହାଯାଇଛି, 'ପିଟ୍ ହେଗସେଥ୍ କହିଛନ୍ତି ଯେ ଆମେରିକା ଭାରତ ସହିତ ଠିଆ ହୋଇଛି ଏବଂ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରେ।' ସେ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଆମେରିକା ସରକାରଙ୍କ ଦୃଢ଼ ସମର୍ଥନକୁ ଦୋହରାଇଲେ। ଆଲୋଚନା ସମୟରେ ରାଜନାଥ ସିଂହ ପିଟ୍ ହେଗସେଥଙ୍କୁ କହିଥିଲେ ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇବାର ଇତିହାସ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ସମ୍ପ୍ରଦାୟ ପାଇଁ ଏପରି ଘୃଣ୍ୟ ଆତଙ୍କବାଦ କାର୍ଯ୍ୟକୁ ସ୍ପଷ୍ଟ ଭାବରେ ନିନ୍ଦା କରିବା ଏବଂ ପର୍ଦ୍ଦାଫାସ କରିବା ଗୁରୁତ୍ୱପୂର୍ଣ୍ଣ।
ଜୟଶଙ୍କର ଆମେରିକାର ବୈଦେଶିକ ସଚିବଙ୍କ ସହ ହୋଇଥିଲେ:
ଆପଣଙ୍କୁ କହି ରଖୁଛୁ ଯେ, ବୁଧବାର ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କର ଆମେରିକୀୟ ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ ଏବଂ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା କରିଥିଲେ। ଜୟଶଙ୍କର କହିଛନ୍ତି ଯେ ଆକ୍ରମଣର ଷଡ଼ଯନ୍ତ୍ରକାରୀ, ସମର୍ଥକ ଏବଂ ଯୋଜନାକାରୀମାନଙ୍କୁ ନ୍ୟାୟ ଦିଆଯାଉ। ଜୟଶଙ୍କର ଗୁରୁବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି: "ଗତକାଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା ହୋଇଛି। ଷଡ଼ଯନ୍ତ୍ରକାରୀ, ସମର୍ଥକ ଏବଂ ଯୋଜନାକାରୀଙ୍କୁ ନ୍ୟାୟ ଦେବାକୁ ପଡିବ।"
ଅଧିକ ପଢନ୍ତୁ: ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହାଙ୍କ କଡ଼ା ଚେତାବନୀ; କହିଲେ, ‘ପ୍ରତିଟି ଆତଙ୍କବାଦୀକୁ ଖୋଜି ଖୋଜି ମାରିବୁ, କୌଣସି ବି ପରିସ୍ଥିତିରେ ଛଡ଼ାଯିବନି’