ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧର ଭୟର ଏବେ ଥରୁଛି ପାକିସ୍ତାନ । ଭାରତର କଡ଼ା ମୁକାବିଲା କରିବାକୁ କଳବଳ କୌଶଳ ଲଗାଇ ଦେଇଛି । ଏୟାରସ୍ପେସ୍ ବନ୍ଦ, ଏୟାର୍ ସାଇରନ୍ ଲଗାଇବା, ଜାମର୍ ଆଦି ଲଗାଇବା ପ୍ରକ୍ରିୟା ଆରମ୍ଭ କରିଛି ପଡ଼ୋଶୀ ରାଷ୍ଟ୍ର । ଏହାରି ମଧ୍ୟରେ ଆଉ ଏକ ବଡ଼ ପଦକ୍ଷେପ ମଧ୍ୟ ନେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜରୁରୀକାଳୀନ ଭଳି ସ୍ଥିତି ଉତ୍ପନ୍ନ ହୋଇଛି ।
ରିପୋର୍ଟ ଅନୁଯାୟୀ, ପିଓକେରେ ଅନେକ କଟକଣା ଜାରି କରିଛି ପାକିସ୍ତାନ । ସମ୍ଭାବିତ ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ପିଓକେର ପ୍ରଧାନମନ୍ତ୍ରୀ ଚୌଧୁରୀ ଅନବର-ଉଲ୍-ହକ ଗୁରୁବାର ଯଦି ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଦେଖାଦିଏ ତେବେ ଜୁରୁରୀକାଳୀନ ସ୍ଥିତି ଘୋଷଣା କରାଯିବ । ସୁରକ୍ଷା ଦୃଷ୍ଟିରୁ ନୀଲମ ଘାଟି ଏବଂ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପର୍ଯ୍ୟଟକମାନଙ୍କୁ ଫେରାଇ ଦିଆଯାଇଛି । ସେନାକୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ସେହିପରି ମଦରସାଗୁଡ଼ିକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି । ସେହିପରି ହୋଟେଲ, ଗେଷ୍ଟହାଉସ ଓ ବିବାହ ମଣ୍ଡପ ଗୁଡ଼ିକରେ ସେନା ମୁତୟନ ପାଇଁ ମାଲିକମାନେ ଗୁହାରୀ କରିଛନ୍ତି ।
କୌଣସି ସଙ୍କଟ ପରିସ୍ଥିତି ସମୟରେ ଭୋଜନ, ଔଷଧ ଓ ଅନ୍ୟ ଜରୁରୀ ଜିନିଷ ମହଜୁତ ଥିବା ପିଓକେ ସରକାର କହିଛନ୍ତି । ସେହିପରି ଜରୁରୀ ସ୍ଥିତି ପାଇଁ ୧ ଆରବ ଡଲାର ମଧ୍ୟ ପଠାଯାଇଛି ବୋଲି କହିଛନ୍ତି ।