ଭାରତର ସାମରିକ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଏହାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରୁ ଗୋଟିଏରେ ପରିଣତ କରିଛି। ଭାରତୀୟ ସେନା ପାଖରେ ଏପରି ଅନେକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ରହିଛି ଯାହା କେବଳ ବିନାଶକାରୀ କ୍ଷମତା ରଖିନାହିଁ ବରଂ ପଡୋଶୀ ଦେଶ ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବାର କ୍ଷମତା ରଖିଛି । ଏବେ ଆସନ୍ତୁ ଜାଣିବା ଭାରତ ପାଖରେ ଥିବା ଏହି ୧୦ ବିଧ୍ୱସଂକାରୀ ଅସ୍ତ୍ର ବାବଦରେ ।
ଅଗ୍ନି-ଭି: ଭାରତର ସବୁଠାରୁ ଉନ୍ନତ ଅନ୍ତଃମହାଦ୍ୱିପୀୟ ମିସାଇଲ ହେଉଛି ଅଗ୍ନି-ଭି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହି ମିସାଇଲ ଗୋଟିଏ ଗୋଟିଏ ନୁହେଁ ଏକାସାଥିରେ ଅନେକ ଲକ୍ଷ୍ୟ ନଷ୍ଟ କରିବାର କ୍ଷମତା ରଖିଛି ।
ବ୍ରହ୍ମୋସ: ଭାରତ ଓ ଋଷର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି ବ୍ରହ୍ମୋସ । ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତ ସୁପରସୋନିକ ମିସାଇଲ ବୋଲି କୁହାଯାଉଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ୬ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହା ପରମାଣୁ ଓ ସାଧାରଣ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ରଖିଛି ।
ନିର୍ଭୟ କ୍ରୁଜ୍ ମିଜାଇଲ: ନିର୍ଭୟ ଏକ ଦୂର ଲକ୍ଷଭେଦ କରିପାରୁଥିବା କ୍ରୁଜ ମିସାଇଲ । ଏହାର ରେଞ୍ଜ ୧ ହଜାର କିଲୋମିଟରରୁ ଅଧିକ । ଏହାକୁ ଜଳ, ସ୍ଥଳ ଓ ଆକଶ ମାର୍ଗରୁ ଲଂଚ୍ କରାଯାଇପାରିବ । ଏହି ଅସ୍ତ୍ରର ବ୍ୟବହାର ପାକିସ୍ତାନ ଭିତରେ ଥିବା ସେନା ଠିକଣା ଉପରେ କରାଯାଇପାରିବ ।
କେ-୯ ବଜ୍ର ତୋପ: କେ-୯ ବଜ୍ର ଏକ ୧୫୫ ମିମି ୫୫ କେଲିବର ସ୍ୱଚାଳିତ ତୋପ । ଏହାକୁ ଭାରତ ଦକ୍ଷିଣକୋରିଆ ସହଯୋଗରେ ପ୍ରସ୍ତୁତ କରିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୪୫ କିଲୋମିଟର । ଏହା ପ୍ରତି ୫ ସେକେଣ୍ଡରେ ଗୋଟିଏ ଲେଖାଏଁ ବିସ୍ଫୋରଣ କରିପାରିବ । ଏହାକୁ ବିଶେଷ କରି ପାହାଡି ଅଞ୍ଚଳ ଓ ମରୁଭୂମିରେ ନିୟୋଜିତ କରିବାକୁ ପ୍ରସ୍ତୁତ କରାଯାଇଛି ।
ହାଇପରସୋନିକ୍ କ୍ଷେପଣାସ୍ତ୍ର (HSTDV): ଭାରତର ହାଇପରସୋନିକ ଟେକ୍ନୋଲୋଜୀ ଏକ କ୍ରାନ୍ତିକାରୀ ଅସ୍ତ୍ର । ଏହାକୁ ଡିଆରଡିଓ ବିକଶିତ କରିଛି । ଏହାର ଘଣ୍ଟାପ୍ରତି ବେଗ ୮୫୭୫ କିଲୋମିଟରରୁ ଅଧିକ । ପାକିସ୍ତାନ ପାଖରେ ଏଭଳି କିଛି ମିସାଇଲ ନାହିଁ ଯାହା ଏହାର ମୁକାବିଲା କରିପାରିବ ।
ପ୍ରଳୟ ମିଜାଇଲ: ପ୍ରଳୟ ଏକ ସ୍ୱଦେଶୀ ଟାର୍ଗଟରୁ ଟାର୍ଗେଟ ଭେଦ କରିପାରୁଥିବା ବାଲାଷ୍ଟିକ ମିସାଇଲ । ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୫୦ ରୁ ୫ ଶହ କିଲୋମିଟର । ଏହି ମିସାଇଲ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ ବହନ କରିପାରେ । ଏହା ଶତ୍ରୁର ବଙ୍କର, ସେନା ଠିକଣା, କମାଣ୍ଡ ସେଣ୍ଟର ନଷ୍ଟ କରିବାରେ ବେଶ୍ ପ୍ରଭାବୀ ।
ପିନାକା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ (ପିନାକା ଏମବିଆରଏଲ୍): ପିନାକା ଏକ ସ୍ୱଦେଶୀ ମଲ୍ଟି ବ୍ୟାରେଲ ରକେଟ ଲଂଚର ସିଷ୍ଟମ । ଯାହାର ଲକ୍ଷ୍ୟଭେଦୀ କ୍ଷମତା ୪୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହି ସିଷ୍ଟମ ଲଗାତାର ଅନେକ ରକେଟ୍ ଛାଡି ପାରିବ । ଏହା ବିଶେଷ କରି ବଡ଼ ବଡ଼ କ୍ଷେତ୍ରକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
ରାଫେଲ ଯୁଦ୍ଧ ବିମାନ: ରାଫେଲ ଏକ ମଲ୍ଟି ରୋଲ ଯୁଦ୍ଧ ବିମାନ । ଏହା ଭାରତୀୟ ବାୟୁସେନା ପାଇଁ ଗୌରବ । ଏହି ଯୁଦ୍ଧ ବିମାନ ମୋଟିୟୋର ଓ ସ୍କେପ୍ଲ ମିସାଇଲ ବହନ କରିବାର କ୍ଷମତା ରଖିଛି । ଏହା ୧୫୦ କିଲୋମିଟର ଠାରୁ ଅଧିକ ଦୂର ପର୍ଯ୍ୟନ୍ତ ସଠିକ୍ ଟାର୍ଗେଟ୍ କରିପାରିବ ।
ଅର୍ଜୁନ ଟ୍ୟାଙ୍କର: ଅର୍ଜୁନ ଭାରତର ସ୍ୱଦେଶୀ ଯୁଦ୍ଧ ଟ୍ୟାଙ୍କର । ନିଜର ଉନ୍ନତ କବଚ ଓ ଫାୟାରିଙ୍ଗ ପାଇଁ ବେଶ୍ ଜଣାଣୁଣା । ଏହାର ୨୦ ମିଲିମିଟର ମୁଖ୍ୟ ତୋପ ଓ ଲେଜର ଗାଇଡେଡ୍ ମିସାଇଲ ପାଇଁ ଯୁଦ୍ଧ କ୍ଷେତ୍ରରେ ଅଜୟ । ଭାରତର ୨୦୧୯ ମସିହାରେ ମିଶନ ଶକ୍ତି କ୍ରମରେ ନିଜର ଏଣ୍ଟି ସାଟେଲାଇଟର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ମହାକାଶରେ ଶତ୍ରୁ ଦେଶର ସାଟେଲାଇଟକୁ ନଷ୍ଟ କରିବାର କ୍ଷମତା ରଖିଛି ।
ଆଣ୍ଟି-ସାଟେଲାଇଟ୍ ମିସାଇଲ୍ (ASAT): ଭାରତର ୨୦୧୯ ମସିହାରେ ମିଶନ ଶକ୍ତି କ୍ରମରେ ନିଜର ଏଣ୍ଟି ସାଟେଲାଇଟର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ମହାକାଶରେ ଶତ୍ରୁ ଦେଶର ସାଟେଲାଇଟକୁ ନଷ୍ଟ କରିବାର କ୍ଷମତା ରଖିଛି । ଯାହା ଯୋଗୁଁ ସେମାନଙ୍କର ଯୋଗାଯୋଗ ଏବଂ ନିରୀକ୍ଷଣ କ୍ଷମତା ହରାଇପାରେ।