ଇରାକର ସାମରିକ ବେସ ଉପରେ ବ୍ୟାପକ ଆକ୍ରମଣ ହୋଇଛି। ଏହି ଆକ୍ରମଣ ବାଗଦାଦର ଦକ୍ଷିଣରେ ଥିବା ବାବିଲ ପ୍ରଦେଶରେ ମଧ୍ୟରାତ୍ରିରେ ଏକ ଅଜ୍ଞାତ ବିମାନ ଦ୍ୱାରା ଦୁଇଟି ଇରାକ ସାମରିକ ବେସ ଉପରେ ବୋମା ବିସ୍ଫୋରଣ କରିଥିଲା। ଡ୍ରୋନ୍ ମାଧ୍ୟମରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ଏବଂ ଦୁଇଟି ବେସ୍ ଉପରେ ଟାର୍ଗେଟ କରାଯାଇଥିଲା। ସୂଚନାନୁସାରେ, ଏହି ଆକ୍ରମଣ ଇରାକର ପପ୍ୟୁଲର ମୋବିଲାଇଜେସନ୍ ଫୋର୍ସ (ପିଏମ୍ଏଫ୍) ଦ୍ୱାରା ବ୍ୟବହୃତ ସାମରିକ ବେସରେ ଘଟିଥିଲା। ଏହି ଆକ୍ରମଣରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି।
ସୂଚନାନୁସାରେ, ଇରାକର ପାରାମିଲିଟାରୀ ହଶଦ ଶାବି ଫୋର୍ସ ଦ୍ୱାରା ବାବିଲ ପ୍ରଦେଶର ଉତ୍ତର ଭାଗରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଦୁଇଟି ସାମରିକ ବେସ୍ କୁ ଟାର୍ଗେଟ କରାଯାଇଥିଲା, ସେଥିମଧ୍ୟରୁ ଗୋଟିଏ ହାଶଦ ଶାବି ସୈନ୍ୟବାହିନୀର ଗୁଳିଗୋଳା ଗୋଦାମକୁ ନଷ୍ଟ କରିଦେଇଥିଲା ଏବଂ ଅନ୍ୟଟି ଟ୍ୟାଙ୍କ ମୁଖ୍ୟାଳୟରେ ହୋଇଥିଲା। ବାଗଦାଦର ପ୍ରାୟ ୩୦ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ମାଡେନ୍ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, କିନ୍ତୁ ବିସ୍ଫୋରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ।
ଅଧିକ ପଢନ୍ତୁ : ଇରାନ ଉପରେ ଇସ୍ରାଏଲର ମିଶାଇଲ ମାଡ