ଖବର ଓଡ଼ିଶା: ଇସ୍ରାଏଲ ଶନିବାର ଗାଜାର ଏକ ସ୍କୁଲ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି । ନମାଜ ପାଠ ଚାଲିଥିବାବେଳେ ଏୟାର ଷ୍ଟ୍ରାଇକ କରାଯାଇଛି । ଫଳରେ ୧୦୦ ଅଧିକ ପାଲେଷ୍ଟାଇନ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଛି । ଏଥିରେ ମହିଳା, ବୃଦ୍ଧ ଓ ଶିଶୁ ରହିଛନ୍ତି । ଏମାନେ ଯୁଦ୍ଧରେ ରକ୍ଷା ପାଇବା ପାଇଁ ସ୍କୁଲରେ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ବିଭାଗର ଏହି ସୂଚନା ଦେଇ କହିଛନ୍ତି ।
ଲଗାତର ଗାଜାର ସ୍କୁଲଗୁଡ଼ିକ ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଶନିବାର ପୁଣି ଗାଜାର ଏକ ସ୍କୁଲରେ ନମାଜ ପାଠ ଚାଲୁଥିବା ବେଳେ ଇସ୍ରାଏସଲ ରକେଟ ମାଡ଼ କରିଛି । ଫଳରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣା ପଡ଼ିଛି । ଗାଜାରେ ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଉଥିବା ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରୁଛି । ହମାସ ପରିଚାଳିତ ଗଣମାଧ୍ୟମ କାର୍ୟ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଇସ୍ରାଏଲର ଆକ୍ରମଣର ଲକ୍ଷ୍ୟ ହେଉଛି ଫଜ୍ର (ସକାଳ) ପ୍ରାର୍ଥନା କରୁଥିବା ବିସ୍ଥାପିତ ଲୋକ, ଯେଉଁଥିପାଇଁ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଏହା ହମାସର ଏକ କମାଣ୍ଡ ସେଣ୍ଟର ବୋଲି ଇସ୍ରାଏଲ୍ ସେନା ଦାବି କରିଛି । ଇସ୍ରାଏଲ୍ ବାୟୁସେନା କହିଛି ଯେ ଆମେ ଅଲ-ତାବାହିନ୍ ସ୍କୁଲରେ ଅବସ୍ଥିତ ହାମାସର କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟରରେ ସକ୍ରିୟ ଥିବା ହମାସର ଆତଙ୍କବାଦୀଙ୍କୁ ସଠିକ୍ ଭାବରେ ଆକ୍ରମଣ କରିଛୁ ।
ଗତ ସପ୍ତାହରେ ମଧ୍ୟ ଗାଜାର ୪ଟି ସ୍କଲରେ ଇସ୍ରାଏଲ ଆକ୍ରମଣ କରୁଛି । ଅଗଷ୍ଟ ୪ରେ ଗାଜାରେ ବିସ୍ଥାପିତ ଆଶ୍ରୟ ଦେଇଥିବା ସ୍କୁଲରେ ଆକ୍ରମଣ ହୋଇଥିଲା, ଏଥିରେ ୩୦ ଆହତ ହୋଇଥିଲେ । ହମାସ ସ୍କୁଲ ଉପରେ ଆକ୍ରମଣ ଫଳରେ ୧୭ ଜଣ ପ୍ରାଣ ହରାଇଥିଲେ ।