ହମାସର ସେନା ମୁଖ୍ୟ ମହମ୍ମଦ ଦୈଫ୍ ହତ୍ୟା କରିଛି ଇସ୍ରାଏଲ । ଇସ୍ରାଏଲର ଏୟାର ଷ୍ଟ୍ରାଇକ ଦ୍ୱାରା ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର ଦୀର୍ଘଦିନ ପରେ ଏନେଇ ସ୍ପଷ୍ଟୀକରଣ ରଖିଛି ହମାସ୍ । ଗତ ବର୍ଷ ଅଗଷ୍ଟ ମାସରେ ହମାସର ସେନା ମୁଖ୍ୟ ମହମ୍ମଦ ଦୈଫଙ୍କୁ ହତ୍ୟା କରାଯାଇଥିଲା, ଏନେଇ ଇସ୍ରାଏଲ ଦାବି କରି ଆସୁଥିବା ବେଳେ ହମାସ୍ କିନ୍ତୁ ସ୍ପଷ୍ଟ କରୁନଥିଲା । ହେଲେ ଏବେ ତାଙ୍କ ସେନା ମୁଖ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଭିଡ଼ିଓ ଜାରି କରି ହମାସ୍ ଏକଥା ସ୍ପଷ୍ଟ କରିଛି ।
୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପଛର ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ମହମ୍ମଦ ଦୈଫ୍ ଥିଲେ ଅନ୍ୟତମ। ସେ ହମାସ୍ର ସାମରିକ ମୁଖ୍ୟ ଥିଲେ। ଅକ୍ଟୋବର ୭ରେ ଇସ୍ରାଏଲରେ ପ୍ରବେଶ କରି ହମାସ୍ ପାଖାପାଖି ୧୨୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ଶହ ଶହ ଲୋକଙ୍କୁ ବନ୍ଦୀ କରି ଗାଜା ଷ୍ଟ୍ରିପ ନେଇଯାଇଥିଲା। ଏହାପରେ ଇସ୍ରାଏଲ ସେନା ପକ୍ଷରୁ ଏୟାର ଷ୍ଟାଇକ୍ କରାଯାଇଥିଲା, ଯେଉଁଥିରେ ସେନା ମୁଖ୍ୟ ମହମ୍ମଦ ଦୈଫ୍ ପ୍ରାଣ ହରାଇଛନ୍ତି ।
ଅଧିକ ପଢନ୍ତୁ: ଇସ୍ରାଏଲରୁ ବିଳମ୍ବରେ ମୁକ୍ତ ହେଲେ ପାଲେଷ୍ଟାଇନ୍ର କଏଦୀ, ତୀବ୍ର ବିରୋଧ କଲା ହମାସ
ପୂର୍ବରୁ ଇସ୍ରାଏଲ ଏନେଇ ଦାବି କରିଆସୁଥିବା ବେଳେ ହମାସ୍ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିଲା । ହେଲେ ବର୍ତ୍ତମାନ ହମାସ୍ ଭିଡ଼ିଓ ଜାରି କରି ଏକଥା ସ୍ୱିକାର କରିଛି । ଏଥିସହ ହମାସ୍ ସେନାର ଡେପୁଟି କମାଣ୍ଡର୍ଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସ୍ପଷ୍ଟ କରିଛି। ହମାସ ମଧ୍ୟ ଡେପୁଟି ମିଲିଟାରୀ କମାଣ୍ଡର ମରୱାନ ଇସାଙ୍କ ମୃତ୍ୟୁ ଘୋଷଣା କରିଛି। ଆମେରିକା ଗତ ବର୍ଷ ମାର୍ଚ୍ଚରେ ଇସାଙ୍କ ମୃତ୍ୟୁ ଘୋଷଣା କରିଥିଲା।