ୱାଶିଂଟନ: ନିର୍ବାଚନର ଛଅ ମାସ ପରେ ନିକୋଲାସ ମାଦୁରୋ ଶୁକ୍ରବାର ଲଗାତାର ତୃତୀୟ ଥର ପାଇଁ ଭେନେଜୁଏଲାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ଉତ୍ସବରେ କ୍ୟୁବା ରାଷ୍ଟ୍ରପତି ନିକାରାଗୁଆ ଯୋଗ ଦେଇଥିଲେ। ମାଦୁରୋ ୨୦୧୩ରୁ ରାଷ୍ଟ୍ରପତି ଅଛନ୍ତି। ଇତିମଧ୍ୟରେ ଆମେରିକା ତାଙ୍କୁ ଗିରଫ କରିବା ପାଇଁ ଘୋଷଣା କରାଯାଇଥିବା ପୁରସ୍କାର ରାଶିକୁ ବୃଦ୍ଧି କରିଛି।
ମାଦୁରୋଙ୍କ ଗିରଫଦାରୀରେ ଯିଏ ସାହାଯ୍ୟ କରିବ ତାଙ୍କୁ ଆମେରିକା ୨୫ ନିୟୁତ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଛି। ପୂର୍ବରୁ ଏହି ପୁରସ୍କାର ରାଶି ୧୫ ନିୟୁତ ଡଲାର ଥିଲା। ଏହାବ୍ୟତୀତ ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରୀ ଡିଓସଡାଡୋ କାବେଲୋଙ୍କୁ ୨୫ ନିୟୁତ ଡଲାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭ୍ଲାଦିମିର ପାଡ୍ରିନୋଙ୍କୁ ଗିରଫ କରିବା ପାଇଁ ୧୫ ନିୟୁତ ଡଲାର ପୁରସ୍କାର ଘୋଷଣା କରିଛନ୍ତି।
ରାଜ୍ୟ ତୈଳ କମ୍ପାନୀ ପିଡିଭିଏସଏ ହେକ୍ଟର ଓବ୍ରେଗନଙ୍କ ସମେତ ଅନ୍ୟ ୮ ଜଣ ଅଧିକାରୀଙ୍କ ବିରୋଧରେ ନୂଆ କଟକଣା ଲଗାଯାଇଛି। ଆମେରିକା ୨୦୨୦ରେ ମାଦୁରୋ ଏବଂ ଅନ୍ୟମାନଙ୍କୁ ନିଶାଦ୍ରବ୍ୟ ଏବଂ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା। ତେବେ ମାଦୁରୋ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।