ନୂଆଦିଲ୍ଲୀ: ଇରାନର ରିଭୋଲ୍ୟୁସନରୀ ଗାର୍ଡ କର୍ପସ ଏଲିଟ୍ ଫୋର୍ସ ଅଧୀନରେ କାର୍ଯ୍ୟରତ କୁଦସ୍ ଫୋର୍ସର କମାଣ୍ଡର ଇନ୍ ଚିଫ୍ ଇସମାଇଲ କାନିଙ୍କୁ ଇସ୍ରାଏଲଗୁପ୍ତଚର ସନ୍ଦେହରେ ଗିରଫ କରାଯାଇଛି। ଅନେକ ଦିନ ଧରି ନିଖୋଜ ରହିବା ପରେ କାନିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସେପ୍ଟେମ୍ବର ୨୭ ତାରିଖରେ ହେଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲା, ତାଙ୍କର ଅନେକ କମାଣ୍ଡର ଏବଂ ଏଲିଟ୍ ରିଭୋଲ୍ୟୁସନରୀ ଗାର୍ଡର ଡେପୁଟି ହେଡ୍ ସେପ୍ଟେମ୍ବର ଶେଷରେ ଲେବାନନ୍ ରାଜଧାନୀ ବେରୁତ ଗସ୍ତରେ ଯାଇଥିବା ବେଳେ ଇସ୍ରାଏଲର ଏକ ବିଶାଳ ଏୟାର ଷ୍ଟ୍ରାଇକ୍ରେ ପ୍ରାଣ ହରାଇଥିଲେ।
କାନି ଇସ୍ରାଏଲକୁ ନସରୁଲ୍ଲାଙ୍କ ଉପସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଅକ୍ଟୋବର ପ୍ରାରମ୍ଭରେ କାନି ନସରୁଲ୍ଲାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ କୁହାଯାଉଥିବା ହାସେମ୍ ସିଫେଉଦୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କାନି ସେହି ବୈଠକରେ ଯୋଗ ଦେଇନଥିଲେ। ଯେଉଁ କୋଠାରେ ବୈଠକ ହେବାର ଥିଲା ତାହା ଉପରେ ଇସ୍ରାଏଲର ବିମାନ ଆକ୍ରମଣ କରିଥିଲା। ଏହାର କିଛି ଦିନ ପରେ ଇସ୍ରାଏଲ ସେଫେଉଦୀନଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଥିଲା।
ଆକ୍ରମଣ ସମୟରେ ଇସ୍ମାଇଲ କାନି ସେଫେଉଦୀନଙ୍କ ସହ ରହିବାର ଥିଲା, ତେଣୁ ତାଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ସେ ବେରୁତରେ ଜୀବିତ ଥିବା ଦେଖିବାକୁ ମିଳିଥିଲା। ଏହାପରେ ଇରାନ ଏଜେନ୍ସିଙ୍କ ସନ୍ଦେହ ନିଶ୍ଚିତ ହୋଇଥିଲା। କାନିଙ୍କୁ ହେଜବୁଲ୍ଲା ସାହାଯ୍ୟରେ ବେରୁତରେ ଗିରଫ କରାଯାଇଥିଲା ନା ତାଙ୍କୁ ଇରାନ ଡକାଯାଇ ଅଟକ ରଖାଯାଇଥିଲା ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ସେ ବର୍ତ୍ତମାନ ଇରାନ ଏଜେନ୍ସିମାନଙ୍କ ହେପାଜତରେ ଅଛନ୍ତି।
ପଚରାଉଚରା ବେଳେ ହୃଦଘାତର ଶିକାର ହୋଇଥିଲେ। ଏବେ ସୁସ୍ଥ ହେବାକୁ ଅପେକ୍ଷା କରାଯିବ। କାନିଙ୍କୁ ହୃଦଘାତ ହୋଇଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏବେ ସେ ତାଙ୍କ ଆରୋଗ୍ୟକୁ ଅପେକ୍ଷା କରିଛନ୍ତି, ଯାହାଦ୍ୱାରା ତାଙ୍କୁ ବିସ୍ତୃତ ଭାବେ ପଚରାଉଚରା କରାଯାଇପାରିବ। ତେହେରାନରେ ହାମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କୁ ହତ୍ୟା କରିବା ପଛରେ ଇସ୍ମାଇଲ କାନିର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ହନିଆଙ୍କ ରହଣିର ରହସ୍ୟ ବିଷୟରେ ବହୁତ କମ୍ ଲୋକ ଜାଣିଥିଲେ। ଯେହେତୁ କାନି ରିଭୋଲ୍ୟୁସନରୀ ଗାର୍ଡର ଜଣେ ଶୀର୍ଷ ଅଧିକାରୀ ଥିଲେ, ତେଣୁ ତାଙ୍କ ପାଇଁ ହନିଆ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରହିବା ସ୍ୱାଭାବିକ ଥିଲା। ତେଣୁ କାନିଙ୍କ ସୂଚନା ଆଧାରରେ ଇସ୍ରାଏଲ ଇରାନରେ ଥିବା ତା'ର ଏଜେଣ୍ଟଙ୍କ ସହାୟତା ନେଇଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: ନିହୋନ୍ ହିଡାନକିଓଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର