ଚେସ୍ କାହୁକୁ ବା ପସନ୍ଦ ନୁହଁ । ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧବନିତା ସମସ୍ତଙ୍କ ପସନ୍ଦ ଚେସ୍ । ସର୍ବଜନ ଆଦୃତ ତଥା ବୟସ ଓ ସ୍ଥାନର କୌଣସି ପ୍ରତିବନ୍ଧକ ନଥିବାରୁ ଏହା ସବୁ ବର୍ଗରେ ସବୁଠିରେ ଗ୍ରହଣୀୟ। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଏହି ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦ ତାରିଖରେ ଚେସ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଡେ ସ୍ଥାପିତ ହୋଇଥିଲା। ଏହି ଦିବସକୁ ୧୯୬୬ ମସିହାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ଜାତିସଂଘ ମହାସଭା ଦ୍ବାରା ଏହି ଦିବସକୁ ସ୍ବୀକୃତି ମିଳିଛି। ବିଶ୍ବର ପ୍ରାୟ ୧୮୮ ଦେଶରେ ପ୍ରାୟ ସାଢ଼େ ୬ କୋଟି ସ୍ବୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ବିଶ୍ବ ଚେସ୍ ଦିବସର ମୋଟୋ ରହିଛି ‘ପ୍ରତ୍ୟେକଙ୍କୁ ଚେସ୍ ଶିଖାଇବା’।