ଜାପାନରେ ବଦଳିବ ନିୟମ, ସ୍ବାମୀ-ସ୍ତ୍ରୀଙ୍କ ସମାନ ସାଂଜ୍ଞା ବିଧି ଆଉ ଚଳିବନାହିଁ
Khabar Odisha:The-law-will-change-in-Japan-and-the-same-surname-of-husband-and-wife-will-no-longer-apply
ନୂଆଦିଲ୍ଲୀ, ନଭେମ୍ବର ୨୪ (ଖବର ଓଡ଼ିଶା):

ଜାପାନରେ ସ୍ୱାମୀ-ସ୍ତ୍ରୀ ତଥା ଜଣେ ଦମ୍ପତିଙ୍କ ସମାନ ସାଂଜ୍ଞା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି  ପ୍ରଚଳିତ ନିୟମ ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କର ସମାନ ସାଂଜ୍ଞା ରହିବା ଜରୁରୀ । ଯଦି ବିବାହ ପୂର୍ବରୁ ଉଭୟଙ୍କର ଅଲଗା ଅଲଗା ସାଂଜ୍ଞା ଥାଏ, ତେବେ ବିବାହ ପରେ ସମାନ ସାଂଜ୍ଞା ବାଛିବାକୁ ପଡିବ ବୋଲି ନିୟମ ହୋଇଥିଲା  । କିନ୍ତୁ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ ୟୋଶିନ୍ଦେ ସୁଗା ଦେଶକୁ ନିଶ୍ଚିତ କରିଛନ୍ତି ଯେ ସେମାନେ ଏହି ନିୟମର ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି ।

ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ମିଳିତ ଜାତିସଂଘ କମିଟି ଦ୍ବାରା ବି ଜାପାନ ଏହି ଆଇନରେ ପରିବର୍ତ୍ତନ କରିବାକୁ ସୁପାରିଶ କରିଥିଲା। ଏହା ବ୍ୟତୀତ ଜାପାନର ସମାଜିକ ଚଳଣି ମଧ୍ୟ ନିୟମରେ ପରିବର୍ତ୍ତନ ସପକ୍ଷରେ ରହିଛି । ନିକଟରେ ଜାପାନରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଅଧିକାଂଶ ଲୋକ ବିବାହ ପରେ ମଧ୍ୟ ପୂର୍ବ ସାଂଜ୍ଞା ବଜାୟ ରଖିବା ସପକ୍ଷରେ ଅଛନ୍ତି।

ଏହି ସର୍ବେକ୍ଷଣରେ, ୬୦ ବର୍ଷ ବୟସରୁ କମ୍ ଜାପାନୀମାନଙ୍କୁ ସାଂଜ୍ଞା ସମ୍ବନ୍ଧରେ ପଚରାଯାଇଥିଲା । ସେଥିରୁ ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ସେମାନେ ସେପରି କିଛି ଭାବନ୍ତି ନାହିଁ ଯେ ସେମାନଙ୍କ ସାଥୀଙ୍କ ସାଂଜ୍ଞା ଅଲଗା ଅଟେ । ଏଥି ସହିତ ସେଠାକାର ୧୪.୪ ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ସାଂଜ୍ଞା ସମାନ ହେବା ଉଚିତ୍ ।

  • Tags:

Subscribe

National International State Sports Entertainment