ନୂଆଦିଲ୍ଲୀ : ବର୍ଷ ୨୦୨୪ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ମିଳିତ ଭାବେ ୩ ଜଣଙ୍କ ନାମ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଏହି ୩ ଜଣ ଅର୍ଥନୀତିଜ୍ଞଙ୍କ ହେଲେ ଡାରେନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍, ଜେମ୍ସ ଏ. ରବିନ୍ସନ୍।
ଅନୁଷ୍ଠାନଗୁଡିକ କିପରି ଗଠନ ହୁଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ସମ୍ବନ୍ଧରେ ଅଧ୍ୟୟନ ପାଇଁ ଏହି ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି।
ଗତବର୍ଷ ଅର୍ଥାତ ୨୦୨୩ରେ ଅର୍ଥନୀତିରେ କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା କ୍ଲାଉଡ଼ିଆ ଗୋଲ୍ଡିନ୍ଙ୍କୁ ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ତାଙ୍କ ମହତ୍ବପୂର୍ଣ୍ଣ ଅବଦାନ ପାଇଁ ନୋବେଲ ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୨ ମସିହାରେ ମିଳିତ ଭାବେ ୩ ଜଣଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ବ୍ୟାଙ୍କ ଓ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ ଆମେରିକାର ବେନ ଏସ ବର୍ଣ୍ଣାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିଫ ଏଚ ଡ଼ିବିଗଙ୍କୁ ଏହି ସମ୍ମାନ ଜନକ ନୋବେଲ ପୁରସ୍କାର ମିଳିଥିଲା।