ନୂଆଦିଲ୍ଲୀ: ମୁସଲିମ ଦୁନିଆରେ ଏକ ଘରିଆ ହୋଇ ପଡିଥିବା ଇରାନକୁ ଏବେ ଶ୍ରୀଲଙ୍କାର ସମର୍ଥନ ମିଳିଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ସଂସଦକୁ ଜଣାଇଛନ୍ତି ଯେ, ଆମେରିକାର ଦୁଇଟି ଲଢୁଆ ବିମାନକୁ ଶ୍ରୀଲଙ୍କା ମାଟିରେ ଓହ୍ଲାଇବାକୁ ଅନୁମତି ଦେଇନୁ । ଯଦି ଏହି ଦୁଇଟି ଲଢୁଆ ବିମାନକୁ ଶ୍ରୀଲଙ୍କାର ବେସ୍ ମିଳିଯାଏ ତେବେ ଇରାନ ଉପରେ ଆମେରିକା ବଡ ହମଲା କରିପାରେ ।
ଦିସାନାୟକେ କହିଛନ୍ତି, ଆମେ ଯୁଦ୍ଧର ପକ୍ଷଧର ନୁହେଁ । ନା ଶ୍ରୀଲଙ୍କାକୁ ଏହି ଯୁଦ୍ଧରେ ପଡିବାର ଅଛି । ଆମ ପାଇଁ ଆମେରିକା ଓ ଇରାନ ଉଭୟ ବରାବର । ଯଦି ଆମେ ଯୁଦ୍ଧରେ ଇରାନକୁ କୌଣସି ସହାୟତା କରି ପାରୁନୁ ତେବେ ଆମେରିକାକୁ କାହିଁକି ସାହାଯ୍ୟ କରିବୁ ।
ସ୍ଥାନୀୟ ମିିଡିଆ ଅନୁଯାୟୀ, କିଛି ଦିନ ପୂର୍ବେ ଆମେରିକା ଶ୍ରୀଲଙ୍କାର ଦକ୍ଷିଣ-ପୂର୍ବ ସ୍ଥିତ ମତାଲା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇ ଲଢୁଆ ବିମାନ ଓହ୍ଲାଇବାକୁ ଅନୁମତି ମାଗିଥିଲା । ହେଲେ ବିମାନ ଅବତରଣକୁ ଅନୁମତି ଦେଇ ନ ଥିଲେ ଦିଶାନାୟକେ ସରକାର । ଏହା ପୂର୍ବରୁ ଆମେରିକାକୁ ତୁର୍କୀ ଓ ସ୍ପେନ ମଧ୍ୟ ନିଜର ବେସକୁ ଆମେରିକାକୁ ବ୍ୟବହାର କରିବାକୁ ଦେଇ ନ ଥିଲେ ।
ଇରାନକୁ ବଡ ସାହାଯ୍ୟ କରିଥିଲା ଇରାନ
ଆମେରିକା ଯେବେ ଗତ ଦିନରେ ଇରାନର ଡେନା ଯୁଦ୍ଧପୋତକୁ ପାଣିରେ ବୁଡାଇ ଦେଇଥିଲା, ସେହି ସମୟରେ ଶ୍ରୀଲଙ୍କା ବଡ ସାହାଯ୍ୟ କରିଥିଲା । ଶ୍ରୀଲଙ୍କା ପ୍ରଥମେ ରେସକ୍ୟୁ ଅଭିଯାନ ଚଳାଇତିଲା । ଏହା ପରେ ଯୁଦ୍ଧପୋତରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ଇରାନ ପହଞ୍ଚାଇଥିଲା । କେବଳ ଏତିକି ନୁହେଁ ଆହତଙ୍କୁ ଉଚିତ୍ ଚିକିତ୍ସା କରାଇ ନିରାପଦ ସ୍ଥାନରେ ପହଞ୍ଚାଇଥିଲା ।