ଇସଲାମାବାଦ: ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ମଙ୍ଗଳବାରଠାରୁ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦେଶରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ବିରୋଧ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାଆଶଙ୍କା ମଧ୍ୟରେ ଏହି ଦୁଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି।
ଏହି ସମ୍ମିଳନୀ ପାଇଁ ବିଦେଶୀ ପ୍ରତିନିଧି ଦଳ ପହଞ୍ଚିବା ଆରମ୍ଭ କରିଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ଏଥିରେ ଚୀନ୍ ଓ ଋଷର ପ୍ରଧାନମନ୍ତ୍ରୀଙ୍କ ସମେତ ଏସ୍ ସିଓ ସଦସ୍ୟମାନେ ଯୋଗଦେବେ। ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ (ସିଏଚ୍ଜି)ର ବୈଠକରେ ଅର୍ଥନୀତି, ବାଣିଜ୍ୟ ଓ ପରିବେଶ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ।
ସିଏଚ୍ଜିର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିତ୍ୱ ଜୟଶଙ୍କର, ଚୀନ, ରୁଷିଆ, ବେଲାରୁସ୍, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଇରାନର ଉପରାଷ୍ଟ୍ରପତି କରିବେ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ଇଟା-ପଥରରେ ଆକ୍ରମଣ