ସାରା ଭାରତୀୟମାନଙ୍କ ପାଇଁ ଆସିଲା ପୁଣି ଗର୍ବର ବିଷୟ । ରବିବାର ୟୁନେସ୍କୋ (UNESCO) ଘୋଷଣା କରିଛି ଯେ,ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ନାମ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇଛି । ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାପିତ ହୋଇଥିଲା । ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଛ ତଳେ ବସି ପାଠ ପଢ଼ିଥାନ୍ତି । ନୋବେଲ ପୁରସ୍କାର ପାଇଥିବା କବି ଓ ଦାର୍ଶନିକ ରବିନ୍ଦ୍ରନାଥ ଟାଗୋରଙ୍କର ବାସଭବନକୁ ବିଶ୍ୱ ଐତିହ୍ୟ ତାଲିକାରେ ଉଲ୍ଲେଖ କରାଯାଇଛି । ସୂଚନା ଅନୁସାରେ, ୧୮୬୩ରେ ରବିନ୍ଦ୍ରନାଥ ଟାଗୋରଙ୍କର ବାପା ଦେବେନ୍ଦ୍ରନାଥ ଟାଗୋର ଏକ ଆଶ୍ରମ ତିଆରି କରିଥିଲେ । ଧୀରେ ଧୀରେ ଏହି ଆଶ୍ରମ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ ନାମରେ ପରିଚିତ ହେଲା । ଆଉ ସେଠାରେ ବିଜ୍ଞାନ, କଳା ଓ ସଂସ୍କୃତ ପାଠ ପଢ଼ାଯାଉଥିଲା । ଏହି ବିଶ୍ୱବିଦ୍ୟାଳୟଟି ସମ୍ପୂର୍ଣ୍ଣ ଆବାସିକକୈନ୍ଦ୍ରିକ ହେବା ସହିତ ପାଠ୍ୟକ୍ରମ ଭାରତୀୟ ପରମ୍ପରା, ଧାର୍ମିକ, ସଂସ୍କୃତି, ଏକତା ଉପରେ ଆଧାରିତ ଥିଲା ।
ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏଟ, ପୋଷ୍ଟଗ୍ରାଜୁଏଟ ଇତ୍ୟାଦି ପାଠ୍ୟକ୍ରମର ସୁବ୍ୟବସ୍ଥା କରାଯିବା ସହିତ ବିଶ୍ୱର ପରୀ ସମସ୍ତ ପୁସ୍ତକ ଏହି ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ସ୍ଥାନିତ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟର ଆକର୍ଷିତ ଦୃଶ୍ୟ ଦେଖିଲେ ମନ ଶାନ୍ତ ହୋଇଯାଏ । ଏହି ବିଶ୍ୱବିଦ୍ୟାଳୟର ଚତୃପାର୍ଶ୍ଵରେ ପ୍ରାକୃତିକ ସବୁଜ ଗଛ ଭରିରହିଛି । ଆବଦ୍ଧ କୋଠରୀରେ ପିଲାଙ୍କୁ ଶିକ୍ଷା ନ ଦିଆଯାଇ ଗଛ ମୂଳେ ଶିକ୍ଷା ଦିଆଯାଉଛି । ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏ ଶିକ୍ଷାନୁଷ୍ଠାନରେ ଆଜି ୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏଠାରେ ଭାରତର ସବୁ ପର୍ବ ବଡ଼ ଆନନ୍ଦର ସହିତ ପାଳନ କରାଯାଏ ।
ଆଗକୁ ପଢ଼ନ୍ତୁ : ଅଧାସିଝା ଟିଲାପିଆ ମାଛ ଖାଇ ଆଙ୍ଗୁଠି ହରାଇଲେ ମହିଳା