ସାରା ବିଶ୍ୱରେ ନୂତନ କରୋନା ରୋଗୀ ଚିହ୍ନଟ ହେବାରେ ରେକର୍ଡ, ଗୋଟିଏ ଦିନରେ 1ଲକ୍ଷ 6 ହଜାର ନୂତନ କରୋନା ରୋଗୀ ଚିହ୍ନଟ
Khabar Odisha:Record-of-new-corona-disease-worldwide-106000-new-corona-disease-cases-in-one-day
ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା):

ସାରା ବିଶ୍ୱରେ ନୂତନ କରୋନା ରୋଗୀ ଚିହ୍ନଟ ହେବା କ୍ଷେତ୍ରରେ ମଙ୍ଗଳବାର ଦିନ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ମଙ୍ଗଳବାର ଗୋଟିଏ ଦିନରେ ସମଗ୍ର ବିଶ୍ୱରୁ ରେକର୍ଡ ଏକ ଲକ୍ଷ ଛଅ ହଜାର ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚୀନରୁ କରୋନା ଜୀବାଣୁ ଆରମ୍ଭ ହେବା ଦିନଠାରୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ନୂତନ କରୋନା ରୋଗୀ ବୋଲି ଜଣାପଡିଛି । ଏହା ସହିତ ବିଶ୍ୱରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ 3 ଲକ୍ଷ 29 ହଜାରକୁ ବୃଦ୍ଧି ପାଇଛି | ଏଥି ସହିତ, ବିଶ୍ୱରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବର୍ତ୍ତମାନ 50 ଲକ୍ଷ ଅତିକ୍ରମ କରିଛି ।

ଆମେରିକାର ଅବସ୍ଥା ଶୋଚନୀୟ -

ସମଗ୍ର ବିଶ୍ୱରେ କରୋନାର ଅନ୍ୟତମ କେନ୍ଦ୍ରବିନ୍ଦୁ ସାଜିଛି ଆମେରିକା | ଆମେରିକାରେ ବର୍ତ୍ତମାନ ସୁଦ୍ଧା 15 ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଥିବା ବେଳେ 93 ହଜାରରୁ ଅଧିକ ଲୋକ ଏହା ଦ୍ୱାରା ମୃତ୍ୟୁବରଣ କରିସାରିଲେଣି   ଗତ 24 ଘଣ୍ଟା ମଧ୍ୟରେ, ଆମେରିକାରେ 1561 ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି | ଏହାପୂର୍ବରୁ, ଆମେରିକାରେ କିଛି ଦିନ ଧରି କରୋନା ର ପ୍ରଭାବ ଧିରେ ଧିରେ ହ୍ରାସ ପାଇଥିଲା | ଲଗାତାର କିଛି ଦିନ ପାଇଁ ମୃତ୍ୟୁ ସଂଖ୍ୟା ଏକ ହଜାରରୁ କମ୍ ରହୁଥିଲା । ହେଲେ ପୁଣି ଥରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

  • Tags:

Subscribe

National International State Sports Entertainment