ଡାଇନୋସର ପ୍ରାଣୀ ଏବେ ବିଲୁପ୍ତ । ଡାଇନୋସର ପ୍ରାଣୀର ଚିତ୍ର କେବଳ ଅନଲାଇନରେ ହିଁ ଉପଲବ୍ଧ । ବହୁ ବର୍ଷ ପୂର୍ବର ଥିବା ପୁରୁଣା ଦୁର୍ଲଭ ଡାଇନୋସର ‘ବେରୀ’ର କଙ୍କାଳ ଏବେ ନିଲାମ ହେବ । ଏହି ଡାଇନୋସରର କଙ୍କାଳ ପୁରୁଣା ହୋଇଥିବା ସତ୍ତ୍ୱେ ଏହାକୁ ସୁରକ୍ଷିତ ଭାବରେ ରଖାଯାଇଛି । ସୂଚନା ଅନୁସାରେ, ଏହି ଦୁର୍ଲଭ ଡାଇନୋସର କଙ୍କାଳ ୧୯୯୦ରେ ଆମେରିକାର ୱାମିଙ୍ଗ ସହରରୁ ଠାବ କରାଯାଇଥିଲା । ଯାହାର ଉଚ୍ଚତା ୨.୧ ମିଟର ହେବା ସହିତ ଲମ୍ବ ୫ ମିଟର ବୋଲି ଜଣାପଡିଛି । ୨୦୦୦ ମସିହାରେ ଜୀବାଶ୍ମବିଜ୍ଞାନୀ ବେରୀ ଜେମ୍ସ ଏହାକୁ ପୁଣିଥରେ ଉଦ୍ଧାର କରିଥିବାରୁ ଦୁର୍ଲଭ ଡାଇନୋସର ନାମ ‘ବେରୀ’ ରଖାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି କଙ୍କାଳକୁ ସୁରକ୍ଷିତ ଓ ସଂରକ୍ଷିତ ଭାବରେ ରଖାଯାଇଛି । ଲଗାତାର ଭାବେ ‘ବେରୀ’ର ପରୀକ୍ଷା ନିରୀକ୍ଷା କରି ଯାଞ୍ଚ ମଧ୍ୟ କରାଯାଉଛି ।
ପ୍ରାୟ ୧୫ କୋଟି ବର୍ଷର ଏହି ପୁରୁଣା ଦୁର୍ଲଭ ଡାଇନୋସର କଙ୍କାଳ ପ୍ୟାରିସରେ ନିଲାମ କରାଯିବ ବୋଲି ସୂଚନା ମିଳିଛି । ନିଲାମ ପୂର୍ବରୁ ଏହି ଦୁର୍ଲଭ କଙ୍କାଳକୁ ସମସ୍ତ ଲୋକମାନେ ଦେଖିବେ ବୋଲି ସର୍ବସାଧାରଣ ସ୍ଥାନରେ ରଖାଯିବ । ସମସ୍ତ ଲୋକ ଏହି ଦୁର୍ଲଭ କଙ୍କାଳକୁ ଦେଖିବାକୁ ସୁଯୋଗ ପାଇବେ । ନିଲାମ ଦାୟିତ୍ୱରେ ଥିବା ଅଧିକାରୀଙ୍କର ସୂଚନା ଅନୁସାରେ, ଏହି କଙ୍କାଳଟି ଦୁର୍ଲଭ ଅଟେ । ତାହାକୁ ସୁରକ୍ଷିତ ଭାବରେ ରଖାଯାଇଛି । ‘ବେରୀ’ର ଖପୁରୀ ୯୦ ପ୍ରତିଶତ ଓ ଶରୀରର ୮୦ ପ୍ରତିଶତ ଠିକ ରହିଛି ନଷ୍ଟ ହୋଇନି ।
ଆଗକୁ ପଢ଼ନ୍ତୁ : ବର୍ଷା ପରେ ଦାଉ ସାଧିଲା ଭୂସ୍ଖଳନ : ୧୭ ମୃତ