ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ସୟଦ ମୋଜତବା ଖାମେନେଇ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପଠାଯାଇଥିବା ଇଦ୍-ଉଲ୍-ଅଜହାର ଶୁଭେଚ୍ଛା ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ତାଙ୍କ ସନ୍ଦେଶରେ କୁହାଯାଇଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋତେ ଇଦ୍-ଉଲ୍-ଅଜହାର ପବିତ୍ର ଅବସରରେ ଆପଣଙ୍କ ଶୁଭେଚ୍ଛା ସନ୍ଦେଶ ମିଳିଛି। ମୁଁ ଏଥିପାଇଁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ଏବଂ ଆପଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ପାରସ୍ପରିକ ସମ୍ମାନ ଏବଂ ସାଧାରଣ ସ୍ୱାର୍ଥ ଉପରେ ଆଧାରିତ ଆମ ଦୁଇ ଦେଶର ଐତିହାସିକ ବନ୍ଧୁତ୍ୱ, ଆମ ସରକାରଙ୍କ ପ୍ରଚେଷ୍ଟା ଦ୍ୱାରା ଆହୁରି ସୁଦୃଢ଼ ଓ ବ୍ୟାପକ ହେବ। ମୁଁ ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ଭାରତ ସରକାର ଏବଂ ଭାରତର ମହାନ ଜନସାଧାରଣଙ୍କ ସମୃଦ୍ଧି ଓ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା କରୁଛି।”
ମସୁଦ ପେଜେଶକିଆନ ଦେଇଥିଲେ ପିଏମ ମୋଦୀଙ୍କୁ ନିମନ୍ତ୍ରଣ
ଏହାପୂର୍ବରୁ, ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା (ରାଜକୀୟ ଶେଷକୃତ୍ୟ) ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପଠାଇଥିଲେ। ଏହି ସମାରୋହ ପୂର୍ବତନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ପାଇଁ ଥିଲା, ଯାହାଙ୍କର ଫେବୃଆରୀ ମାସରେ ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ପରେ ତାଙ୍କ ପୁଅ ମୋଜତବା ଇରାନର ନୂଆ ସୁପ୍ରିମ ଲିଡର ହୋଇଥିଲେ।
ସମ୍ଭବତଃ ଏହା ପ୍ରଥମ ଥର ଯେତେବେଳେ ଇରାନର ସୁପ୍ରିମ ଲିଡର ହେବା ପରେ ମୋଜତବା ସିଧାସଳଖ ପିଏମ ମୋଦୀଙ୍କୁ କୌଣସି ସନ୍ଦେଶ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପଦବୀକୁ ଆସିବା ପରଠାରୁ ତାଙ୍କୁ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବେ (ସାମ୍ନାକୁ ଆସି) ଦେଖାଯାଇ ନାହିଁ, ଯେତେବେଳେ କି ଆମେରିକା ଆକ୍ରମଣ ସମୟରେ ତାଙ୍କୁ ଗମ୍ଭୀର ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା।
ବିଶେଷ କଥା ହେଉଛି ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ଗମ୍ଭୀର ଭାବେ ଆହତ ହେବା ଖବର ମଧ୍ୟରେ, ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଖାମେନେଇ ଏପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସାମ୍ନାକୁ ଆସିନାହାନ୍ତି। ତେହେରାନର ନେତୃତ୍ୱରେ ହେଉଥିବା ବଡ଼ ପରିବର୍ତ୍ତନ ମଧ୍ୟରେ ଏହି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ପୂର୍ବତନ ସର୍ବୋଚ୍ଚ ନେତା ଅଲୀ ଖାମେନେଇଙ୍କ ରାଜକୀୟ ଅନ୍ତ୍ୟେଷ୍ଠି ସମାରୋହରେ ଯୋଗଦେବା ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ।