ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଏହି ଅବସରରେ ରାଷ୍ଟ୍ରପତି ମରିସସରେ ମେଟ୍ରୋ ଟ୍ରେନରେ ଯାତ୍ରା କରି ସୋସିଆଲ ମିଡ଼ିଆରେ ଫୋଟ ପୋଷ୍ଟ କରି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟରେ ପହଞ୍ଚିବା ପୂର୍ବରୁ ମୋତେ ମେଟ୍ରୋରେ ଯାତ୍ରା କରିବାର ସୁଯୋଗ ମିଳିଥିଲା ଏବଂ ମରିସସ୍ ସରକାର ରେଡୁଇଟରେ ଥିବା ଷ୍ଟେସନକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବାର ବିଶେଷ ପଦକ୍ଷେପ ଦ୍ୱାରା ମୁଁ ପ୍ରଭାବିତ ହୋଇଥିଲି । ରାଷ୍ଟ୍ରପତି କହିଛନ୍ତି, ସେହି ଷ୍ଟେସନରେ ପ୍ରସିଦ୍ଧ ଦାଣ୍ଡି ଯାତ୍ରାକୁ ଚିତ୍ରିତ କରାଯାଇଛି, ଯାହା ଆମ ଦୁଇ ଦେଶ ପାଇଁ ବିଶେଷ ମହତ୍ତ୍ୱ ବହନ କରେ ।
ମରିସସର ରାଷ୍ଟ୍ରୀୟ ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ମରିସସର ବିକାଶ ଯାତ୍ରାରେ ଯୋଗଦାନ ଭାରତର ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ୟୁପିଆଇ ଏବଂ ରୂପେ କାର୍ଡର ଶୁଭାରମ୍ଭ, ଜେନେରିକ ଔଷଧ ଯୋଗାଣ ଏବଂ ଅନେକ ଗୋଷ୍ଠୀ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଭଳି ସାମ୍ପ୍ରତିକ ପଦକ୍ଷେପ ଭାରତ-ମରିସସ ନିରନ୍ତର ବିକାଶ ଭାଗିଦାରୀର ଆଉ ଏକ ଉଦାହରଣ ।
ଅଧିକ ପଢ଼ନ୍ତୁ : ପ୍ରଦର୍ଶିତ ହେଲା ଭାରତର ସାମରିକ ଶକ୍ତ
