ଥାଇଲାଣ୍ଡର ପଟାୟା ଠାରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ଓଡ଼ିଶାର ପ୍ରମୋଦ ଭଗତ ହାସଲ କରିଛନ୍ତି ଆଉ ଏକ ସମ୍ମାନଜନକ ଆନ୍ତର୍ଜାତିକ ଟାଇଟଲ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥଲଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି ପ୍ରମୋଦ । ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍ ଜିତିବାର କୃତିତ୍ତ୍ୱ ହାସଲ କରିଛନ୍ତି ।
ଚାମ୍ପିଅନସିପର ଏସଏଲ-୩ ଶ୍ରେଣୀ ଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଭଗତ, ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୧୪-୨୧, ୨୧-୧୫ ଓ ୨୧ -୧୪ ପଏଣ୍ଟ ରେ ହରାଇ ଟାଇଟଲ ହାସଲ କରିଛନ୍ତି । ଏଥିସହ ଲଗାତର ତିନିଟି ପାରା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରି ହ୍ୟାଟ୍ରିକ କରିଛନ୍ତି ପ୍ରମୋଦ ଭଗତ ।
ଅଧିକ ପଢନ୍ତୁ : ଗଣଶିକ୍ଷା ମନ୍ତ୍ରୀଙ୍କୁ ଜବାବ ମାଗିଲା ଏବିଭିପି