ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ ହୋଇଛି । ଆମେରିକା ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଠିକ୍ ସମୟରେ ଇରାନ ଆଲୋଚନା କରିବାକୁ ସ୍ପଷ୍ଟ ମନା କରି ଦେଇଛି । ତେବେ ଇରାନ ପକ୍ଷରୁ ଏତେ ବଡ ନିଷ୍ପତ୍ତି କିଏ ନେଉଛି । କିଏ ବର୍ତ୍ତମାନ ତେହରାନର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି, ମୁଜତବା ଖାମେନି ନା ଇରାନ ରାଷ୍ଟ୍ରପତି ?
ତେବେ ସୁପ୍ରିମ ଲିଡର ମୁଜତବା ଖାମେନି ଅଣ୍ଡର ଗ୍ରାଉଣ୍ଡ ରହିବା କାରଣରୁ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କପର୍ସ(ଆଇଆରଜିସି) ତେହରାନର କ୍ଷମତାକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି । ସଦ୍ୟତମ ୩ ବଡ ନିଷ୍ପତ୍ତି ହିଁ ଏହା ସ୍ପଷ୍ଟ କରୁଛି । ଆମେରିକା ମିଡିଆ ଆଉଟଲେଟ୍ ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆଇଆରଜିସିର ମୁଖ୍ୟ କମାଣ୍ଡର ଅହମ୍ମଦ ୱାହିଦୀ ବର୍ତ୍ତମାନ ଇରାନର ପ୍ରକୃତ ଶାସକ ।
ନିକଟରେ ନିଆଯାଇଥିବା ସମସ୍ତ ବଡ ନିଷ୍ପତ୍ତି ହିଁ ୱାହିଦୀଙ୍କ ନିର୍ଦ୍ଦେଶରେ ହିଁ ନିଆଯାଇଥିଲା । ଯୁଦ୍ଧ ପୂର୍ବରୁ ୱାହିଦୀ ଆଇଆରଜିସିରେ ନମ୍ବର ୨ପଦରେ କାର୍ଯ୍ୟରତ ଥିଲେ । ମହମ୍ମଦ ପାକପୁରଙ୍କ ହତ୍ୟା ପରେ ତାଙ୍କୁ ଆଇଆରଜିସିରିର ଦାୟିତ୍ୱ ମିଳିଥିଲା ।
ୱାହିଦୀଙ୍କ ପାଖରେ କଂଟ୍ରୋଲ କେମିତି, ୩ ପ୍ରମାଣ
୧ – ଇସଲାମାବାଦରେ ଆୟୋଜିତ ପ୍ରଥମ ବୈଠକ ୱାହିଦୀଙ୍କ କହିବାନୁସାରେ ହିଁ ଶେଷ ମୁହୂର୍ତ୍ତରେ ବାର୍ତ୍ତା ପାଇଁ ଇରାନର ପ୍ରତିନିଧିମଣ୍ଡଳ ତାଲିକାରେ ପରିବର୍ତ୍ତନ କରାଯାଇଥିଲା । ପ୍ରତିନିଧିମଣ୍ଡଳରେ ବାଘେର କାନିଙ୍କୁ ସାମିଲ୍ କରାଯାଇଥିଲା, ଯିଏ ଇରାନର ଜାତୀୟ ସୁରକ୍ଷା ପରିଷଦର ଉପସଚିବ ଥିଲେ । ପ୍ରତିନିଧିମଣ୍ଡଳରେ ଅବାସ ଅରାଘଚୀଙ୍କ ବ୍ୟତୀତ ଜଣେ ବି ବରିଷ୍ଠ ନେତା ନ ଥିଲେ ।
୨. ଏପ୍ରିଲ ୧୭ ରେ, ପାକିସ୍ତାନୀ ଏବଂ ଆମେରିକାର ପ୍ରତିନିଧି ଦଳ ସହିତ ବୈଠକ କରିବା ପରେ ଆରାଘଚି ସାର୍ବଜନୀନ ଭାବରେ ହରମୁଜ୍ ପ୍ରଣାଳୀ ଖୋଲିବା ଘୋଷଣା କରିଥିଲେ। ତଥାପି, ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ବ୍ୟତୀତ, ଆଇଆରଜିସି ସହିତ ଜଡିତ ତସନିମ୍ ନ୍ୟୁଜ୍ ଆରାଘଚିଙ୍କୁ ସମାଲୋଚନା କରିଥିଲା। ଫଳସ୍ୱରୂପ, ହରମୁଜ୍ ପ୍ରଣାଳୀ ଖୋଲିବା ନିଷ୍ପତ୍ତି ଅନିଶ୍ଚିତତାରେ ରହିଯାଇଛି ।
୩. ଇସଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପ୍ରସ୍ତାବିତ, କିନ୍ତୁ ଇରାନୀ ପ୍ରତିନିଧିମଣ୍ଡଳୀର ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ ଏହାର ଏକ ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବାର ଘୋଷଣା କରିଛି। ଆଇଆରଜିସି କହିଛି ଯେ ଆମେରିକା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। "ଆମେ ସେମାନଙ୍କୁ ଏକ ଶିକ୍ଷା ଦେବୁ।"