ନୂଆଦିଲ୍ଲୀ: ଆମେରିକାରେ ନିକଟରେ ହୋଇଥିବା ଏକ ସର୍ଭେ ମୁତାବକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ ଓ ସ୍ଵଭାବକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ରୟଟର୍ସ ଓ ଇପସୋସର ମିଳିତ ସର୍ଭେରୁ ଏହି ଫଳାଫଳ ସାମ୍ନାକୁ ଆସିଛି। ଏବେ ସେଠାକରେ ବହୁ ସଂଖ୍ୟାରେ ଲୋକ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ଵଭାବ ଓ ନିର୍ଣ୍ଣୟ ନେବାର କ୍ଷମତା ଉପରେ ପ୍ରଶ୍ନ ଉଠାଛନ୍ତି।ସର୍ଭେରେ କୁହାଯାଇଛି ଯେ, ୬୨ ପ୍ରତିଶତ ଆମେରିକା ଟ୍ରମ୍ପଙ୍କ କାର୍ଯ୍ୟକୁ ନେଇ ଖୁସି ନାହାନ୍ତି। ଏଥିରେ ତାଙ୍କ ପାର୍ଟିର କିଛି ରପବ୍ଲିକନ ସାଂସଦ ମଧ୍ୟ ସାମିଲ୍। ଟ୍ରମ୍ପଙ୍କ ଆପ୍ରୁଭାଲ ରେଟିଂ ନିଜ କାର୍ଯ୍ୟକାଳର ସବୁଠୁ ନିମ୍ନସ୍ତର ୩୬ ପ୍ରତିଶତରେ ରହିଛି।
ସର୍ଭେରେ କୁହାଯାଇଛି ଯେ, ବହୁତ କମ ଲୋକ ଆମେରିକାର ଇରାନ ଉପରେ ହମଲା କିମ୍ବା ନାଟୋରୁ ବାହାରିଯିବା ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସର୍ଭେ ରିପୋର୍ଟ ସେହି ସମରୟେ ଆସିଛି ଯେବେ ଟ୍ରମ୍ପ ପୋପଙ୍କ ସହିତ ବିବାଦରେ ଅଛନ୍ତି। ଲୋକେ ଇରାନ ଯୁଦ୍ଧ, ନାଟୋ ପ୍ରସଙ୍ଗ ଓ ପୋପଙ୍କ ସହ ବିବାଦକୁ ନେଇ ଟ୍ରମ୍ପଙ୍କ ସ୍ଵଭାବ ପ୍ରତି ସନ୍ତୁଷ୍ଟ ନାହାନ୍ତି।
ଇସଲାମାବାଦ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ଇରାନ, ସୁନିଶ୍ଚିତ କଲା ପାକିସ୍ତାନ
୩୬ ପ୍ରତିଶତ ଲୋକ ହିଁ ଖୁସି
ସୋମବାର ଶେଷ ହୋଇଥିବା ଛଅ ଦିନିଆ ଜନମତ ସର୍ଭେରୁ ଜଣା ପଡ଼ିଛ ଯେ, କେବଳ ୩୬ ପ୍ରତିଶତ ଆମେରିକୀୟ ଟ୍ରମ୍ପଙ୍କ କାମ କରିବାର ଶୈଳୀକୁ ପସନ୍ଦ କରୁଛନ୍ତି। ଟ୍ରମ୍ପଙ୍କୁ ନିଜର ବର୍ତ୍ତମାନ କାର୍ଯ୍ୟକାଳରେ ସବୁଠୁ ଅଧିକ ଆପ୍ରୁଭାଲ ପଏଣ୍ଟ ୪୭ ମିଳିଥିଲା। ଏହା ଥିଲା ୨୦୨୫ ଜାନୁଆରୀ ୨୦ରେ ଶପଥ ନେବା ପରର ସମୟ। ହେଲେ ୨୦୨୬ ଫେବୃଆରୀ ୨୮ରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରେ ଟ୍ରମ୍ପଙ୍କ ଉପରେ ବହୁତ ଚାପ ରହିଛି।
ଟ୍ରମ୍ପଙ୍କୁ ନେଇ ଦୁଇ ଫାଳ ରିପବ୍ଲିକନ ପାର୍ଟି
ସର୍ଭେରୁ ଜଣା ପଡ଼ିଛି ଯେ, ଟ୍ରମ୍ପଙ୍କ ରିପବ୍ଲିକନ ପାର୍ଟିର ଲୋକେ ମଧ୍ୟ ଟ୍ରମ୍ପଙ୍କୁ ସମର୍ଥନ ଦେବା ନେଇ ଦୁଇ ଫାଳ ହୋଇ ଯାଇଛନ୍ତି। ତାଙ୍କ ପାର୍ଟିର କିଛି ସଦସ୍ୟ ଟ୍ରମ୍ପଙ୍କ ସ୍ଵଭାବ ଓ ମାନସିକତାକୁ ନେଇ ଚିନ୍ତିତ। ସର୍ଭେରୁ ମାତ୍ର ୨୬ ପ୍ରତିଶତ ଟ୍ରମ୍ପଙ୍କ ସ୍ଵଭାବ ଶାନ୍ତ ବୋଲି କହିଛନ୍ତି। ୫୩ ପ୍ରତିଶତଙ୍କ କହିବା କଥା ଟ୍ରମ୍ପଙ୍କ ସ୍ଵଭାବ ଓ କାର୍ଯ୍ୟଶୈଳୀ ଠିକ୍ ନୁହେଁ। ୪୬ ପ୍ରତିଶତ ଏହାର ବିପରୀତରେ ମତ ଦେଇଛନ୍ତି।
ଚୀନରୁ ଆସୁଥିବା ଜାହାଜକୁ ଜବତ କଲା ଆମେରିକା, ଇରାନ କହିଲା- ଖୁବ୍ଶୀଘ୍ର ଜବାବ ଦିଆଯିବ