ହଂକଂ: ବିରୋଧର ଛଅ ମାସ ପୂର୍ତ୍ତିର ପୂର୍ବ ସଂଧ୍ୟାରେ ବିଶାଳ ଶୋଭାଯାତ୍ରା, ଚୀନକୁ ଘାରିଲା ଚିନ୍ତା
Khabar Odisha:National-news-Hong-Kong-Tens-Of-Thousands-Turn-Up-For-March-On-Evening-Of-Half-Year-Protest-Anniversary
ନୂଆଦିଲ୍ଲୀ,ଡିସେମ୍ବର ୦୮ (ଖବର ଓଡ଼ିଶା):

ହଂକଂରେ ଜାରି ରହିଥିବା ସରକାର ବିରୋଧୀ ପ୍ରଦର୍ଶନ ଏବେ ଚୀନ ପାଇଁ ମୁଣ୍ଡବ୍ୟଥା ହେବାରେ ଲାଗିଛି । ଛାତ୍ର ଏବଂ ଯୁବ ପୀଡିଙ୍କ ପରେ ଏବେ ବରିଷ୍ଠ ନାଗରିକ ମଧ୍ୟ ଲୋକତନ୍ତ୍ରର ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଚୀନ ଏବଂ ହଂକଂ ପ୍ରଶାସନ ବିରୋଧରେ ଶୋଭାଯାତ୍ରା ବାହାର କରିଛନ୍ତି । ଆନ୍ଦୋଳନର ଛଅ ମାସ ପୂର୍ତ୍ତି ହେବା ପୂର୍ବ ସଂଧ୍ୟାରେ ଲୋକତନ୍ତ୍ର ସମର୍ଥକମାନେ ହଂକଂର ରାସ୍ତାରେ ମୋର୍ଚ୍ଚା ବାହାର କରିଥିଲେ । ଆନ୍ଦୋଳନର ସମର୍ଥନରେ ରବିବାର ଦିନ ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସାମିଲ ହୋଇଥିଲେ । 

ପୁଲିସ ଦ୍ୱାରା ସୀକୃତି ମିଳିବା ପରେ ନାଗରିକ ମାନବାଧିକାର ମୋର୍ଚ୍ଚା ଦ୍ୱାରା ରାଲିର ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ପ୍ରଦର୍ଶନକାରୀ ଜୁଲାଇର ଆରମ୍ଭରେ ଦୁଇଟି ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ଆୟୋଜନ କରିଥିଲେ । 

ଲୋକତନ୍ତ୍ର ସମର୍ଥକ ଦଳ ନିକଟରେ ଶେଷ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଥିଲା, ଯାହାକୁ ଲୋକତନ୍ତ୍ର ସମର୍ଥକଙ୍କ ବଡ ବିଜୟ ଧରାଯାଉଛି । ଆମେରିକାରେ ନିକଟରେ ଦ୍ୱିଦଳୀୟ ସମର୍ଥନ ପରେ ଏହି ଆନ୍ଦୋଳନକୁ ଏକ ବଡ ସମର୍ଥନ ମିଳିଥିଲା, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲୋକତାନ୍ତ୍ରିକ ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଆଇନରେ ଏକ ବିଧେୟକ ଉପରେ ହସ୍ତାକ୍ଷର ମଧ୍ୟ କରିଥିଲେ ।  

Subscribe

National International State Sports Entertainment