ଖବର ଓଡିଶା : 21/03/2023
କୁକୁଡ଼ା ମାଂସ ଖାଇବା ହୁଏତ ଭବିଷ୍ୟତରେ ମଣିଷ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି, ତେଣୁ ଭୃଣରେ ପ୍ଲାଷ୍ଟିକ ରହିବା ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ, ତେବେ ତାର ଶରୀର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିବ । ଏଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।
ଅଧ୍ୟୟନର ରିପୋର୍ଟରୁ ଏହା ଜାଣିବାକୁ ମିଳିଛି କି, ବାସ୍ତବରେ କୁକୁଡ଼ା ଭୃଣରୁ ନାନୋପ୍ଲାଷ୍ଟିକ ମିଳିଛି। ତାହା ପୁଣି ଅଧିକାମାତ୍ରାରେ । ଯେଉଁ କାରଣରୁ କୁକୁଡ଼ା ଶରୀରର ଟିସୁ ନଷ୍ଟ ହୋଇଯାଉଛି। ଏହା ବାସ୍ତବରେ ଏକ ଚିନ୍ତାର କାରଣ ପାଲଟିଛି। ଏଭଳି ଅସୁବିଧା ଫଳରେ କେବଳ କୁକୁଡ଼ାକୁ ନୁହେଁ ବରଂ ମଣିଷ ଶରୀରରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବହୁ ଆଶଙ୍କା ରହିଛି। କାରଣ ମିଳିଥିବା ମାଇକ୍ରୋପ୍ଲାଷ୍ଟିକ କିମ୍ବା ନାନୋପ୍ଲାଷ୍ଟିକ କାରଣରୁ ଶରୀର ଉପରେ ଏହା ବହୁମାତ୍ରାରେ ଖରାପ ପ୍ରଭାବ ପଡିପାରେ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।