ବର୍ଲୀନ: ଜର୍ମାନୀର ହାମବର୍ଗ କେନ୍ଦ୍ରୀୟ ରେଳ ଷ୍ଟେସନରେ ଜଣେ ୩୯ ବର୍ଷୀୟ ମହିଳା ତାଣ୍ଡବ ରଚିଛନ୍ତି। ସେ ଏକ ଛୁରୀ ସାହାଯ୍ୟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଷ୍ଟେସନର ୧୩ ଏବଂ ୧୪ ନମ୍ବର ପ୍ଲାଟଫର୍ମରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ମହିଳାଙ୍କ ଆକ୍ରମଣରେ ୧୭ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର, ୬ ଜଣ ଆହତ, ୭ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।
ପୋଲିସ ମୁଖପାତ୍ର ଫ୍ଲୋରିଆନ ଏବେନସେଥ କହିଛନ୍ତି ଯେ ଘଟଣା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ବର୍ତ୍ତମାନ ଆମେ ଏହି ଘଟଣାର ତଦନ୍ତ କରୁଛୁ। ଘଟଣା ସମୟରେ ମହିଳା ଜଣକ ଏକା ଥିଲେ। ତଦନ୍ତ ସମୟରେ ଜଣାପଡିଲା ଯେ ମହିଳାଙ୍କ ବିରୁଦ୍ଧରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। ପୋଲିସ ଘଟଣାରେ ବ୍ୟବହୃତ ଛୁରୀଟି ମଧ୍ୟ ଜବତ କରିଛି। ଏହା ବ୍ୟତୀତ ଭିଡିଓ ଫୁଟେଜ୍ ମାଧ୍ୟମରେ ସମଗ୍ର ଘଟଣାର ବିଶ୍ଳେଷଣ କରାଯାଉଛି। ଆକ୍ରମଣଟି ପୂର୍ବ ଯୋଜନାବଦ୍ଧ ନୁହେଁ ବରଂ ହଠାତ୍ ଏବଂ ବ୍ୟକ୍ତିଗତ ଥିଲା।
ପୋଲିସ କହିଛି ଯେ ଘଟଣା ସମୟରେ ପ୍ଲାଟଫର୍ମରେ ଏକ ଆଇସିଇ ହାଇ-ସ୍ପିଡ୍ ଟ୍ରେନ୍ ପାର୍କିଂ କରାଯାଇଥିଲା। ଏହା ପରେ ଚାରୋଟି ଟ୍ରାକ ବନ୍ଦ କରିଦିଆଗଲା। ଅନେକ ଦୂରଗାମୀ ଟ୍ରେନ ବିଳମ୍ବ ହୋଇଥିଲା କିମ୍ବା ଗତି ପରିବର୍ତ୍ତନ କରାଯାଇଥିଲା। ହାମବର୍ଗର ଷ୍ଟେସନକୁ ଅସ୍ତ୍ରଶସ୍ତ୍ର ନେବା ଉପରେ ପୂର୍ବରୁ ପ୍ରତିବନ୍ଧକ ଥିଲା। ଏହା ସତ୍ତ୍ୱେ, ଛୁରାମାଡ଼ ଘଟଣା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।
ଏନେଇ ରେଳବାଇ ଅପରେଟର ଡଚେ ବାହନ କହିଛନ୍ତି ଯେ ଏହି ଘଟଣା ଆମ ଦଳ ଏବଂ ଯାତ୍ରୀମାନଙ୍କ ପାଇଁ ଏକ ଗଭୀର ଆଘାତ। ଏହା ବ୍ୟତୀତ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ କହିଛନ୍ତି ଯେ ମୋର ସମବେଦନା ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି। ହାମବର୍ଗର ମେୟର ପିଟର ଶ୍ଚର୍ନ କହିଛନ୍ତି ଯେ ଏହା ଆମର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ଚେତାବନୀ।
ଅଧିକ ପଢ଼ନ୍ତୁ: କେସିଆର ହେଉଛନ୍ତି ଭଗବାନ