ଜାକର୍ତା: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଅଞ୍ଚଳରେ ଶୁକ୍ରବାର ଭୋର୍ରୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ମାପ କରାଯାଇଛି। ଏହି ଭୂମିକମ୍ପ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଭୂମିକମ୍ପ ଯୋଗୁଁ କୌଣସି ବ୍ୟକ୍ତି ଆହତ ହୋଇଥିବା କିମ୍ବା ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇଥିବାର ଖବର ହସ୍ତଗତ ହୋଇନାହିଁ। କି୍ତୁ ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରକୁ ଦୌଡ଼ିଥିଲେ।
ଚଳିତ ମାସରେ ସୁଲାୱେସି ଅଞ୍ଚଳରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିବା ବେଳେ ୟୁରୋପୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଥିଲା ଯେ ଏହା ୫.୯ ଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଏକ ଭୂକମ୍ପଗତ ଭାବରେ ସକ୍ରିୟ ଅଞ୍ଚଳରେ ଥିଲା। ଉଭୟ ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। କିନ୍ତୁ ଏହି ଅଞ୍ଚଳଗୁଡ଼ିକରେ ଭୂମିକମ୍ପର ବିପଦ ରହିଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ଇଣ୍ଡୋନେସିଆ ଭୂମିକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଦେଶ। ଏହା ପ୍ରଶାନ୍ତ ମହାସାଗରୀୟ ଅଗ୍ନି ବଳୟ ନାମକ ଏକ ସ୍ଥାନରେ ଅବସ୍ଥିତ, ଯେଉଁଠାରେ ଅନେକ ଭୂମି ପ୍ଲେଟ ପରସ୍ପର ସହିତ ଧକ୍କା ଖାଇଥାଏ। ଏହି କାରଣରୁ ସେଠାରେ ପ୍ରାୟତଃ ଭୂମିକମ୍ପ ଘଟେ। ସମୁଦ୍ରରେ ଏକ ବଡ଼ ଭୂମିକମ୍ପ ସୁନାମି ମଧ୍ୟ ଆଣିପାରେ, ଯାହା ଏହି ଅଞ୍ଚଳର ଲୋକଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରେ।
ସୂଚନାଯୋଗ୍ୟ, ଗୁରୁବାର ଦିନ ଗ୍ରୀସରେ ମଧ୍ୟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା, ଯାହା ପରେ ସୁନାମି ଚେତାବନୀ ଜାରି କରାଯାଇଥିଲା। ଏରମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ କହିଛି ଯେ ଗୁରୁବାର ଗ୍ରୀସର କ୍ରେଟ୍ ଉପକୂଳ ନିକଟରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା।
ଅଧିକ ପଢ଼ନ୍ତୁ: ପଞ୍ଜାବ-ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି