କୋଭିଡ-୧୯ ଟିକା ପରୀକ୍ଷା ନେଇ WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କ’ଣ କହିଲେ ଜାଣନ୍ତୁ
Khabar Odisha:International-WHO-says-oxford-astrazeneca-chadox1-ncov19-is-leading-coronavirus-vaccine

ନୂଆଦିଲ୍ଲୀ, ଜୁନ ୨୯ (ଖବର ଓଡ଼ିଶା): ବିଶ୍ୱର ଅନେକ ଦେଶ ଓ ସ୍ୱାସ୍ଥ୍ୟ ଏବଂ ଗବେଷଣା ସଂସ୍ଥା କରୋନା ଭାଇରସ୍ ମୁକାବିଲା ପାଇଁ ଟିକାର ଅନୁସନ୍ଧାନରେ ଲାଗିପଡ଼ିଛନ୍ତି। ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଯେଉଁ ଟିକା ଉପରେ କାମ କରୁଛି, ଏହା କରୋନା ଭାଇରସ ମୁକାବିଲା ଦେଡ଼ରେ ଆଗୁଆ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଏହି ସଂସ୍ଥା ଯେଉଁ ସ୍ଥିତିରେ ଅଛି, ଏହା ଆଡଭାନ୍‌ସ କୁହାଯାଇପାରିବ।

ସ୍ୱାମୀନାଥନ କହିଛନ୍ତି, ମୋ ମତରେ ଏହି ସଂସ୍ଥା ଅନ୍ୟ ସଂସ୍ଥା ତୁଳନାରେ ଆଗୁଆ ଅଛି। ଅକ୍ସଫୋର୍ଡ ଓ AstraZeneca Plc.ର ଟିକା ChAdOx1 nCov-19 ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି। ଏହି ଷ୍ଟେଜରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଟିକାକୁ ଏବେ ୧୦ ହଜାର ୨୬୦ ଜଣ ଲୋକଙ୍କୁ ଦିଆଯିବ। ଏହାର ପରୀକ୍ଷା ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ମଧ୍ୟ ହେବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ କହିଛନ୍ତି, ଆମକୁ ଜଣା ଅଛି ଯେ, Modernaର ଟିକା ମଧ୍ୟ ତୃତୀୟ ଫେଜରେ ପରୀକ୍ଷା ପାଇଁ ପହଂଚିବ। ବୋଧେ ଜୁଲାଇରେ ଏହି ପରୀକ୍ଷା ହୋଇପାରେ। ଏଥି ପାଇଁ ସଂସ୍ଥା ଏବେ ବ୍ୟାପକ ପ୍ରସ୍ତୁତି କରିସାରିଛି। କଂପାନୀ ଏବେ କେଉଁଠି ପରୀକ୍ଷା କରିବ, ତାହା ଯୋଜନା କରୁଛି। ମାତ୍ର AstraZeneca Plc. ପାଖରେ ସୁଯୋଗ ଅଧିକ। ଏହି ଟିକା ChAdOx1  ଭାଇରସରୁ ପ୍ରସ୍ତୁତ ହୋଇଛି।

 

  • Tags:

Subscribe

National International State Sports Entertainment