ପ୍ରସ୍ତୁତି ଆରମ୍ଭ: ଆମେରିକାରୁ ଚୀନ କମ୍ପାନୀକୁ ବାହାର କରିବ ଟ୍ରମ୍ପ ପ୍ରଶାସନ!
Khabar Odisha:International-US-senate-passes-bill-that-could-delist-some-Chinese-companies-on-American-stock-exchanges

ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): କରୋନା ଭାଇରସକୁ ନେଇ ଆମେରିକା ଏବେ ଚୀନ ଉପରେ ଚାରିତରଫରୁ ଚାପ ପ୍ରୟୋଗ କରିଛି । ଆର୍ଥିକ ଦୃଷ୍ଟି କୋଣରୁ ଆମେରିକା ଗୋଟିଏ ପରେ ଗୋଟିଏ ଚୀନକୁ ଝଟକା ଦେଉଛି । ଏବେ ଆମେରିକୀୟ ସେୟାର ବଜାରରେ ତାଲିକାଭୁକ୍ତ ଚୀନ କମ୍ପାନୀ ଉପରେ ନଜର ରଖିଛି ଟ୍ରମ୍ପ ପ୍ରଶାସନ । ଏହାରି ମଧ୍ୟରେ ଆମେରିକୀୟ ସିନେଟରେ ଏକ ବିଲ ଗୃହୀତ ହୋଇଯାଇଛି, ଯାହାକୁ ନେଇ ଚୀନର ଚିନ୍ତା ବଢ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାର କାରଣ ଚୀନ ବୋଲି କହିଛନ୍ତି । ଟ୍ରମ୍ପ ଲଗାତାର ଚୀନ ଉପରେ କରୋନା ନେଇ ଦୋଷ ଲଦିଛନ୍ତି । ଏହି କାରଣରୁ ଚୀନ ବିପକ୍ଷରେ ଆମେରିକା ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛି । 

ଆମେରିକାର ସେୟାର ବଜାରରୁ ଡିଲିଷ୍ଟିଙ୍ଗ (ତାଲିକାରୁ ବାହାର) କରିବା ପାଇଁ ଆମେରିକୀୟ ସିନେଟରେ ଏକ ବିଲ ଗୃହୀତ ହୋଇଯାଇଛି । କିନ୍ତୁ ଏହା ଲାଗୁ ହେବା ପାଇଁ ସମୟ ଲାଗିବ । କୁହାଯାଉଛି ଯେ, ସିନେଟରେ ଏହି ବିଲ ବିରୋଧୀ ଦଳର ନେତାମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ଆମେରିକାର ଏହି ପଦକ୍ଷେପ ଯୋଗୁଁ ଆମେରିକୀୟ ସେୟାର ବଜାରରେ ତାଲିକାଭୁକ୍ତ ଚୀନ କମ୍ପାନୀ ପାଇଁ ଅଡୁଆ ସୃଷ୍ଟି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାଖାପାଖି ୮୦୦ ଚୀନ କମ୍ପାନୀ ଆମେରିକୀୟ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଅଛନ୍ତି । ଆମେରିକାର ଏହି ନିଷ୍ପତ୍ତି ଯୋଗୁଁ ଆଲିବାବା ଓ ବାୟଡୁ ଭଳି ବଡ଼ ବଡ଼ କମ୍ପାନୀକୁ ଝଟକା ଲାଗିପାରେ । 

 

 

  • Tags:

Subscribe

National International State Sports Entertainment