ୱାଶିଂଟନ୍/ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବାଇଡେନ କହିଛନ୍ତି ଯେ, ଭାରତୀୟ-ଆମେରିକୀୟ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ଆମେରିକା ନିଜର ଗଣତାନ୍ତ୍ରିକ ଯାତ୍ରାର ସମ୍ମାନ କରିବା ପାଇଁ ଭାରତୀୟ ଲୋକଙ୍କ ସହିତ ସାମିଲ ହେଉଛି, ଯାହାକି ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ସ୍ଥାୟୀ ବାର୍ତ୍ତା ଦ୍ୱାରା ନିର୍ଦ୍ଦେଶିତ ।
ଏକ ବୟାନ ଜାରି କରି ବାଇଡେନ କହିଛନ୍ତି ଯେ, ଚଳିତ ବର୍ଷ ଆମେ ଆମର ବୃହତ୍ତ ଗଣତନ୍ତ୍ରର ୭୫ତମ କୁଟନୈତିକ ସଂପର୍କର ବର୍ଷପୂର୍ତ୍ତି ପାଳନ କରିବାକୁ ଯାଉଛେ । ଭାରତ ଓ ଆମେରିକାର ସଂପର୍କ ବହୁ ପୁରୁଣା ଏବଂ ଉଭୟ ଦେଶ ଜଣେ ଅନ୍ୟର ପରିପୂରକ ବୋଲି ବାଇଡେନ କହିଛନ୍ତି । ଉଭୟ ଭାରତ ଓ ଆମେରିକାର ଭାଗିଦାରୀ ବଳରେ ଦୁଇ ଦେଶର ଲୋକଙ୍କର ବିକାଶ ହୋଇପାରିଛି । ଆମେରିକାରେ ଭାରତୀୟ-ଆମେରିକୀୟ ନାଗରିକଙ୍କର ବିକାଶ କ୍ଷେତ୍ରରେ ଯୋଗାଦାନ ସ୍ମରଣୀୟ । କାରଣ ସେମାନେ ବିଭିନ୍ନ ବିକାଶମୂଳକ କ୍ଷେତ୍ରରେ କାମ କରୁଛନ୍ତି । ମୋର ଆଶା ଯେ, ଉଭୟ ଦେଶ ମଧ୍ୟରେ ସଂପର୍କ ଆଗକୁ ମଧ୍ୟ ଏମିିତି ଜାରି ରହିବ ।