ମାଦ୍ରିଦ, ଜାନୁଆରୀ ୨୧ (ଖବର ଓଡ଼ିଶା): ସ୍ପେନ୍ର ରାଜଧାନୀ ମାଦ୍ରିଦରେ ବୁଧବାର ଏକ କୋଠାରୁ ଗ୍ୟାସ ନିର୍ଗତ ହେବା ପରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମାଦ୍ରିଦ ଜରୁରୀକାଳୀନ ସେବା ଏକ ଟୁଇଟରେ ଏହା କହିଛି । ବିସ୍ଫୋରଣରେ ମୋଟ ୧୧ ଜଣ ଆହତ ହୋଇଛନ୍ତି, ଯେଉଁଥିରେ କି ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଓ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ମାଦ୍ରିଦର ମଧ୍ୟବର୍ତ୍ତୀ ଅଂଚଳ ତୋଲେଦୋ ଷ୍ଟ୍ରିଟରେ ୬ ମହଲା କୋଠାରୁ ଧୂଆଁ ବାହାରିଥିଲା । ଅଳ୍ପ ସମୟ ମଧ୍ୟରେ ଏହାର ଚାରିଆଡେ ବ୍ୟାପିଥିଲା । ସୂଚନା ପାଇ ଜରୁରୀସେବା ଟିମ ପହଂଚିଥିଲେ । ପୋଲିସ କର୍ମଚାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ମେୟର ଜୋସ ଲୁଇସ ମାର୍ତିନେଜ ଅଲମେଦା କହିଛନ୍ତି, ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।