କାରାକାସ୍: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଗୋଟିଏ ମିନିଟ୍ ମଧ୍ୟରେ ୭.୧ ଏବଂ ୭.୫ ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ କୋଠା ଏବଂ ଘର ଭୁଶୁଡ଼ିଛି। ୧୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
USGS କହିଛି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଜୀବନ ଏବଂ ସମ୍ପତ୍ତି କ୍ଷତି ହେବାର ଆଶଙ୍କା କରାଯାଉଛି। ଏହା ପ୍ରାରମ୍ଭିକ ଭାବରେ ଆକଳନ କରିଛି ଯେ ମୃତ୍ୟୁ ସଂଖ୍ୟା ୧୦,୦୦୦ରୁ ୧ ଲକ୍ଷ ମଧ୍ୟରେ ହୋଇପାରେ। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତ କିମ୍ବା ଆହତଙ୍କ ସଂଖ୍ୟା ପ୍ରକାଶ କରିନାହାଁନ୍ତି। କିନ୍ତୁ ସ୍ଥାନୀୟ ଅଧିକାରୀ କୋଠା ଭୁଶୁଡ଼ି ପଡ଼ିବା, ଉଦ୍ଧାର କାର୍ଯ୍ୟ ଜାରି ରହିବା ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସୂଚନା ଦେଇଛନ୍ତି।
ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ବିପର୍ଯ୍ୟୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ ଜାତିକୁ ସମ୍ବୋଧିତ କରିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଡେଲସି ରୋଡ୍ରିଗେଜ କହିଛନ୍ତି, ‘ଧ୍ୟାନ ଦିଅ, ମୁଁ ଖୁବ୍ ଶୀଘ୍ର ଭେନେଜୁଏଲାକୁ ସମ୍ବୋଧିତ କରିବି ଏବଂ ଆମ ଦେଶରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ପରିସ୍ଥିତି ବିଷୟରେ ରିପୋର୍ଟ କରିବି।
ଅଧିକ ପଢ଼ନ୍ତୁ: ଭେନେଜୁଏଲାରେ ୪୫ ସେକେଣ୍ଡ ମଧ୍ୟରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ