ପାକିସ୍ତାନ ମାଟିରେ ଭାରତର ଶତ୍ରୁମାନଙ୍କ ପାଇଁ କାଳ ସାଜି ବୁଲୁଥିବା ଅଜ୍ଞାତ ଆକ୍ରମଣକାରୀମାନେ ଆଉ ଜଣେ ବଡ଼ ଆତଙ୍କବାଦୀକୁ ନର୍କକୁ ପଠାଇ ଦେଇଛନ୍ତି। ଗୁରୁବାର ଦିନ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ହମଜା ବୁରହାନକୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଗୁଳିମାଡ଼ କରି ହତ୍ୟା କରାଯାଇଛି। ବିଗତ କିଛି ବର୍ଷ ହେବ ପାକିସ୍ତାନର ଅଲଗା ଅଲଗା ସହରରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀମାନଙ୍କୁ ବାଛି ବାଛି ଟାର୍ଗେଟ୍ କରାଯାଉଛି। ମୋଟରସାଇକେଲ୍ରେ ଆସୁଥିବା ଏହି ଅଜ୍ଞାତ ଆକ୍ରମଣକାରୀମାନେ ଏପର୍ଯ୍ୟନ୍ତ ଲସ୍କର, ଜୈସ ଏବଂ ହିଜବୁଲ୍ର ଅନେକ ଶୀର୍ଷ କମାଣ୍ଡରମାନଙ୍କୁ ମୃତ୍ୟୁମୁଖକୁ ପଠାଇ ସାରିଲେଣି।
Read More >