ଫୁକେଟ: ଥାଇଲ୍ୟାଣ୍ଡର ଫୁକେଟରେ ଏକ ବ୍ୟବସାୟିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅତିକମରେ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୧୬ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି ।
ସୋମବାର ଭୋର ୩ଟା ୧୭ ମିନିଟ୍ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନରେ ହଠାତ୍ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପୂର୍ବରୁ ଚାରିଆଡ଼େ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ ପ୍ରାୟ ଦୁଇ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା । ଏଥିରେ ୩୦ରୁ ଉର୍ଦ୍ଧ୍ୱ ଲୋକ ପୋଡ଼ି ହୋଇଯାଇଥିବାବେଳେ ସେମାନଙ୍କୁ ମଧ୍ୟରୁ ୧୧ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୁରୁତର ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଥାଇଲ୍ୟାଣ୍ଡ ନାଗରିକ ହୋଇଥିବାବେଳେ ଜଣେ ବିଦେଶୀ ଅଟନ୍ତି । ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ ।
ଫୁକେଟର ପ୍ରସିଦ୍ଧ ସମୁଦ୍ର କୂଳିଆ ଅଞ୍ଚଳ ପୋତଙ୍ଗରେ ଏହି ଅଗ୍ନିକାଣ୍ଡ ଘଟିଛି । କୋଠାରେ ଗାଡ଼ି ବ୍ୟବସାୟ କରାଯାଏ । ପୁରୁଣା ଗାଡ଼ିକୁ ଭଡ଼ା ଆକାରରେ ଦିଆଯାଇଥାଏ । ଏହି ଅଗ୍ନିକାଣ୍ଡରେ ଅନେକ ଯାନବାହାନ ଜଳି ପୋଡ଼ି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।