ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ଗୁଳିକାଣ୍ଡ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଚି । ପିଟର୍ମାରିଟ୍ଜବର୍ଗ ନିକଟରେ ଏକ ଗାଡ଼ି ଭିତରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ, ରବିବାର ଦିନ ରାଜଧାନୀ ପ୍ରିଟୋରିଆ ନିକଟସ୍ଥ ଏକ ବସ୍ତି ଅଞ୍ଚଳରେ ଥିବା ଏକ କୁଡ଼ିଆ ଭିତରୁ ୯ ଜଣଙ୍କ ମୃତ ଦେହ ମିଳିଛି । ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ପ୍ରଥମ ଘଟଣାରେ, ପୋଲିସ ପିଟର୍ମାରିଟ୍ଜବର୍ଗ ବାହାରେ ଥିବା ସ୍ୱିଟୱାଟର୍ସ ଅଞ୍ଚଳରେ ଏକ ଗାଡ଼ି ଭିତରୁ ୮ ଟି ମୃତଦେହ ଉଦ୍ଧାର କରିଛି । ମୃତକମାନଙ୍କ ପରିଚୟ ମିଳିପାରିନଥିବାବେଳେ କୌଣସି ସନ୍ଦିଗ୍ଧଙ୍କ ନାମ ସାମ୍ନାକୁ ଆସିନାହିଁ।
ସେହିପରି ଦ୍ୱିତୀୟ ଘଟଣାରେ ପ୍ରିଟୋରିଆ ନିକଟସ୍ଥ ଜେଫସଭିଲ୍ ନାମକ ଏକ ବସ୍ତିର ଏକ ଝୁମ୍ପୁଡ଼ି ଘର ଭିତରୁ ଗୁଳିବିଦ୍ଧ ୯ ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଛଅ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ପୋଲିସ ଦୁଇଟି ଘଟଣାରେ ତଦନ୍ତ କରୁଥିବାବେଳେ କାହାକୁ ଗିରଫ କରାଯାଇ ନାହିଁ ।
ଗତ ବର୍ଷ ସଲ୍ସଭିଲ୍ରେ ଘଟିଥିବା ଗୁଳିକାଣ୍ଡରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୩ ଜଣ ଆହତ ହୋଇଥିଲେ ।