ୱାଶିଂଟନ, ଜାନୁଆରୀ ୧୪ (ଖବର ଓଡ଼ିଶା): କୁହାଯାଇ ଥାଏ ଯେ, ଯେତେବେଳେ ଖରାପ ସମୟ ଆସଯାଇଥାଏ, ସେହି ସମୟରେ କେହି ସହଯୋଗ କରି ନଥାନ୍ତି । ଆଉ ରାଜନୀତିରେ ଏହା ନିହାତି ସାଧାରଣ କଥା । ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷେତ୍ରରେ ଏହା ହୋଇଛି ।
ମହାଭିଯୋଗ ପ୍ରସ୍ତାବ ଲାଗି ହୋଇଥିବା ଭୋଟିଂରେ ଟ୍ରମ୍ପଙ୍କ ନିଜ ଦଳର ୧୦ ସାଂସଦ ତାଙ୍କୁ ଭୋଟ ଦେଇ ନାହାନ୍ତି । ମହାଭିଯୋଗ ଭୋଟିଂରେ ୨୩୨ ଜଣ ସାଂସଦ ସପକ୍ଷରେ ଭୋଟ କରିଥିବା ବେଳେ ଟ୍ରମ୍ପଙ୍କ ପକ୍ଷରେ ୧୯୭ ଖଣ୍ଡ ଭୋଟ ଆସିଥିଲା । ଯେଉଁମାନେ ମହାଭିଯୋଗ ପକ୍ଷରେ ଭୋଟ ଦେଇଥିଲେ, ଏଥିରେ ରିପବ୍ଲିକନାନ ଦଳର ୧୦ ଜଣ ସାଂସଦ ମଧ୍ୟ ସାମିଲ ଅଛିନ୍ତି । ଏଥି ସହିତ ଟ୍ରମ୍ପ ଏଭଳି ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି, ଯିଏକି ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି ।
ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଲେ ଏମାନେ
ଆଡମ କିଞ୍ଜିଗର (ଇଲିନୋଇସ), ଲିଜ ଚେନୀ (ବ୍ୟୋମିଂ), ଜନ କାଟକୋ (ନ୍ୟୁୟର୍କ), ଫ୍ରେଡ ଅପଟନ (ମିଶିଗନ, ଡେନ ନ୍ୟୁହାଉସ (ୱାଶିଂଟନ), ଜେମି ବେଉଟର (ୱାଶିଂଟନ), ଏନ୍ଥୋନୀ ଗୋଞ୍ଜାଲେଜ (ଓହିଓ), ପୀଟର ମଙ୍କକ୍ସର (ମିଶିଗନ), ଟମ ରାଇସ (ଦକ୍ଷିଣ କାଲିଫୋର୍ଣ୍ଣିଆ), ଡେଭିଡ ୱଲଦୋ (କାଲିଫୋର୍ଣ୍ଣିଆ)