ଏହି ରାଷ୍ଟ୍ରପତିଙ୍କ ଅଦ୍ଭୁତ ପରାମର୍ଶ, କହିଲେ ମାସ୍କକୁ ପେଟ୍ରୋଲରେ ସଫା କରିପାରିବେ
Khabar Odisha:International-Philippines-president-Rodrigo-Duterte-tells-poor-to-clean-masks-with-petrol

ମନିଲା, ଅଗଷ୍ଟ ୦୧ (ଖବର ଓଡ଼ିଶା): ଫିଲିପାଇନ୍ସର ରାଷ୍ଟ୍ରପତି ରୋଡିଗୋ ଦୁତେର୍ତେ ମାସ୍କ ସଫା ମାସ୍କ ସଫା କରିବା ନେଇ ଯେଉଁ ପରାମର୍ଶ ଦେଇଛନ୍ତି, ଆପଣ ଶୁଣି ସ୍ତମ୍ଭିଭୂତ ହୋଇଯିବେ । ରାଷ୍ଟ୍ରପତିଙ୍କ କହିବା ଅନୁସାରେ ଲୋକେ କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବ । ପାଇଁ ପେଟ୍ରୋଲରେ ନିଜର ମାସ୍କ ସଫା କରିପାରିବେ । 

ରାଷ୍ଟ୍ରପତି ଗତ ସପ୍ତାହରେ ଦେଇଥିବା ନିଜର ଏହି ବିବାଦୀୟ ବୟାନ ଶୁକ୍ରବାର ପୁଣି ଥରେ ପୁନରାବୃତ୍ତି କରିଛନ୍ତି । ସେ କହିଛନ୍ତି ଯେ, ଯାହା କହିଥିଲେ ଠିକ ଥିଲା । ସୂଚନାଯୋଗ୍ୟ ରାଷ୍ଟ୍ରପତିଙ୍କ ଏହି ଅଦ୍ଭୁତ ପରାମର୍ଶ ପରେ ତାଙ୍କର ମୁଖପାତ୍ର ମାମଲାକୁ ଚର୍ଚ୍ଚିତ ନହେବା ପାଇଁ ଉଦ୍ୟମ କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି ଥଟ୍ଟାମଜାରେ ଏହା କହିଥିଲେ । କିନ୍ତୁ ରାଷ୍ଟ୍ରପତିଙ୍କ କହିବା ଅନୁସାରେ ଏହା ଥଟ୍ଟା ନୁହେଁ କି କୌତୁକ ବି ନୁହେଁ । ମାସ୍କ ସଫା କରିବା ଲାଗି ପେଟ୍ରୋଲ ବ୍ୟବହାର କରାଯାଇ ପାରିବ । 

 

  • Tags:

Subscribe

National International State Sports Entertainment