ଭଲ ଖବର: ୧୨ ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ଆସିବ ଟିକା, ଫାଇଜରର ପରୀକ୍ଷା ଜାରି!
Khabar Odisha:International-Pfizer-expands-vaccine-tests-in-kids-under-12-good-news-for-child-covid-vaccination

ନ୍ୟୁୟର୍କ, ଜୁନ ୦୯ (ଖବର ଓଡ଼ିଶା): କରୋନା ଭାଇରସ ଟିକା ଉତ୍ପାଦନକାରୀ କଂପାନୀ ‘ଫାଇଜର’ ନିଜର ଟିକାର କ୍ଲିନିକାଲ ପରୀକ୍ଷା ୧୨ ବର୍ଷ ବୟସର ଶିଶୁଙ୍କ ପାଇଁ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟର ଗବେଷଣାରେ କମ ସଂଖ୍ୟାରେ ଛୋଟ ଶିଶୁଙ୍କୁ ଟିକାର ଭିନ୍ନ ଭିନ୍ନ ପ୍ରକାରରେ ଦିଆଯିବ । ଏଥି ପାଇଁ ଫାଇଜର ବିଶ୍ୱର ୪ଟି ଦେଶର ୪୫୦୦ରୁ ଅଧିକ ଶିଶୁଙ୍କୁ ନେଇ କ୍ଲିନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିରେ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଓ ସ୍ପେନ ସାମିଲ ରହିଛି ।

ଫାଇଜରର କୋଭିଡ ଟିକାକୁ ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘରେ ୧୨ ବର୍ଷରୁ ଅଧିକ ବର୍ଷ ବୟସର ଶିଶୁଙ୍କୁ ଲଗାଇପାଇଁ ମଂଜୁରୀ ଦିଆଯାଇଛି । ମାତ୍ର ଏହି ମଂଜୁରୀ ଜରୁରୀକାଳୀନ ପାଇଁ । ଫାଇଜର କରୋନାର ଏହି ଟିକା ନିଜର ଜର୍ମାନୀ ସାଥୀ ବାୟୋଏନ୍‌ଟେକ ସହିତ ମିଳିତ ଉଦ୍ୟମରେ ଉତ୍ପାଦନ କରିଥିଲା । ଏହି କଂପାନୀର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସର୍ବପ୍ରଥମେ ମଂଜୁରୀ ଦେଇଥିଲା । 

କଂପାନୀ କହିଛି ଯେ, ଟିକାର ପରୀକ୍ଷା ଲାଗି ଚଳିତ ସପ୍ତାହ ୫ ତାରିଖରୁ ୧୧ ବର୍ଷ ବୟସର ଶିଶୁଙ୍କୁ ସାମିଲ କରାଯିବ । ଏହି ଶିଶୁଙ୍କୁ ୧୦ ମାଇକ୍ରୋଗ୍ରାମ ଡୋଜ ଦିଆଯିବ । ଏହି ଡୋଜ କିଶୋର ଏବଂ ବୟସ୍କଙ୍କୁ ଦିଆଯାଉଥିବା ଟିକାର ଏକ ତୃତୀୟାଂଶ । ଏହାର କିଛି ସପ୍ତାହ ପରେ ୬ ମାସରୁ ଅଧିକ ବୟସର ଶିଶୁଙ୍କୁ ଟିକା ଦେବା ପାଇଁ କ୍ଲିନିକାଲ ପରୀକ୍ଷା ହେବ । ସେମାନଙ୍କୁ ୩ ମାଇକ୍ରୋଗ୍ରାମ ଟିକା ଦିଆଯିବାର ଯୋଜନା ରହିଛି । 

 

  • Tags:

Subscribe

National International State Sports Entertainment