ମସୁଦ ଆଜହର ଓ ହାଫିଜ ସୟଦଙ୍କ ବିରୋଧରେ ହୋଇନି କାର୍ଯ୍ୟାନୁଷ୍ଠାନ, ଏଫଏଟିଏ ତାଲିକାରେ ରହିବ ପାକିସ୍ତାନ
Khabar Odisha:International-Pakistan-remains-in-FATF-grey-list-has-not-done-concrete-work-to-stop-terror-funding

ନୂଆଦିଲ୍ଲୀ, ଅକ୍ଟୋବର ୨୪ (ଖବର ଓଡ଼ିଶା): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଇବା ନେଇ ନିୟନ୍ତ୍ରଣ କରିନପାରିବା ଯୋଗୁଁ ପାକିସ୍ତାନ ପୁଣି ଥରେ ଏଫଏଟିଏଫର କଳା ତାଲିକାରେ ରହିବ । ପ୍ୟାରିସସ୍ଥିତ ସଂସ୍ଥା ନିଜର ପଲେନରୀ ସେଶନର ଶେଷ ଦିନରେ ଏହି ନିଷ୍ପତ୍ତି ନେଇଛି । 

ମନି ଲାଣ୍ଡରିଂ ଓ ଆତଙ୍କବାଦୀମାନଙ୍କୁ ପୋଷଣ ବିପକ୍ଷରେ ପର୍ଯ୍ୟାପ୍ତ ପରିମାଣରେ ପଦକ୍ଷେପ ନ ଉଠାଇପାରିବା ଲାଗି ପାକିସ୍ତାନକୁ ଜୁନ ୨୦୧୮ରେ କଳା ତାଲିକାରେ ରଖାଯାଇଥିଲା । ଏହା ପରେ ଏକ ଚେତାବନୀ ସହିତ ୨୭ ସୂତ୍ରୀୟ କାର୍ଯ୍ୟ ଯୋଜନା ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ଯଦି ପାକିସ୍ତାନ ଏହାର ଅନୁପାଳନ ନ କରୁଛି, ତେବେ କଳା ତାଲିକାଭୁକ୍ତ କରାଯିବ । 

ପାକିସ୍ତାନୀ ସଂସଦରେ ଉଚ୍ଚ ଗୃହ ଦ୍ୱାରା ଏଫଏଟିଏଫ ସହିତ ଜଡ଼ିତ ୨ ବିଧାୟକଙ୍କୁ ଅସ୍ୱୀକୃତ କରାଯାଇଥିଲା । ଏହା ପରେ କଳା ତାଲିକା ହେବା ପରେ ଇମ୍ରାନ ସରକାର ସଂକଟରେ ପଡ଼ିଯାଇଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି । ଦେଶର ଜନତା ଦିନକୁ ୨ ଥର ରୋଟି ଖାଇବାକୁ ପାଉ ନଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଛି । ଦେଶର ଆର୍ଥିକ ଅବସ୍ଥା ରସାତଳକୁ ଖସିବାରେ ଲାଗିଛି ।  

 

  • Tags:

Subscribe

National International State Sports Entertainment