ପାକିସ୍ତାନ: ୧୨୦୦ ବର୍ଷର ପୁରୁଣା ମନ୍ଦିରର ହେବ ମରାମତି, ବାବ୍ରୀ ମସଜିଦ ଘଟଣା ବେଳେ ହୋଇଥିଲା ଭଙ୍ଗାରୁଜା
Khabar Odisha:International-Pakistan-1200-year-old-hindu-temple-will-be-renovated-in-Lahore-Valimiki-temple

ଇସଲାମାବାଦ୍‌, ଅଗଷ୍ଟ ୦୪ (ଖବର ଓଡ଼ିଶା): ପାକିସ୍ତାନରେ ଅନେକ ସମୟରେ ମନ୍ଦିର ଭଙ୍ଗାରୁଜା ନେଇ ଖବର ଆସିଥାଏ । କିନ୍ତୁ ଏଥର ଖବର ଆସୁଛି ଯେ, ପାକିସ୍ତାନର ଲାହୋର ସହରରେ ୧୨୦୦ ବର୍ଷର ପୁରୁଣା ମନ୍ଦିରର ମରାମତି କାମ ହେବ । ସୂଚନାଯୋଗ୍ୟ ଏହି ହିନ୍ଦୁ ମନ୍ଦିରକୁ ଜବରଦଖଲ କରାଯାଇଥିଲା । ଏହାକୁ ହଟାଇବା ପାଇଁ ଦୀର୍ଘ ସମୟ ଧରି ସଂଗ୍ରାମ ଜାରି ରହିଛି ।

ସଂଖ୍ୟାଲଘୁମାନଙ୍କର ପୂଜାସ୍ଥଳୀ ଉପରେ ନଜର ରଖିଥିବା ସଂଘୀୟ ସଂସ୍ଥା ଇଭେକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ଲାହୋରର ପ୍ରସିଦ୍ଧ ଅନାରକଲୀ ବଜାର ନିକଟରେ ଥିବା ବାଲ୍ମିକୀ ମନ୍ଦିର ଜବରଦଖଲ ଗତ ମାସରେ ଇସାଇ ପରିବାର ଠାରୁ ନେଇଥିଲେ । ଲାହୋରରେ କୃଷ୍ଣମନ୍ଦିର ବ୍ୟତୀତ ବାଲ୍ମିକୀ ମନ୍ଦିର ଖୋଲା ରହିଥାଏ । 

ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଦାବି କରିଥିବା ଇସାଇ ପରିବାର ବିଗତ ୨୦ ବର୍ଷ ଧରି କେବଳ ବାଲ୍ମିକୀ ଜାତିର ହିନ୍ଦୁମାନଙ୍କୁ ମନ୍ଦିର ପୂଜାର କରିବାକୁ ଦେଉଥିଲେ । ଇଟିପିବିର ମୁଖପାତ୍ର ଅମିର ହାଶମୀ କହିଛନ୍ତି ଯେ, ଆଗାମୀ ଦିନରେ ମାଷ୍ଟର ପ୍ଲାନ ଭାବେ ବାଲ୍ମିକୀ ମନ୍ଦିରର ମରାମତି କାମ ହେବ । 

ପାକିସ୍ତାନୀ ଖବରକାଗଜ ‘ଡନ୍‌’ ଅନୁସାରେ ଲାହୋରର ବାଲ୍ମିକୀ ମନ୍ଦିରରେ ୧୯୯୨ରେ ଆକ୍ରମଣ ହୋଇଥିଲା । ଯେତେବେଳେ ଭାରତରେ ବାବ୍ରୀ ମସଜିଦର ବିବାଦୀୟ ଆକୃତିକୁ ଧ୍ୱଂସ କରାଯାଇଥିଲା, ସେହି ସମୟରେ ପାକିସ୍ତାନରେ ଉତ୍ତେଜିତ ଲୋକେ ବାଲ୍ମିକୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ମନ୍ଦିରରେ ଭଗବାନ କୃଷ୍ଣ ଓ ବାଲ୍ମିକୀ ମୂର୍ତ୍ତି ଭଙ୍ଗାଯାଇଥିଲା । ଏହା ବ୍ୟତୀତ ମନ୍ଦିରରେ ନିଆଁ ଲଗାଯାଇଥିଲା । 

 

  • Tags:

Subscribe

National International State Sports Entertainment