ଦିଲ୍ଲୀ: ବିଶ୍ୱ ମାନଚିତ୍ରରୁ ହଟିବ କି ପାକିସ୍ତାନ? ମିସାଇଲ୍ ମାଡ଼ରେ ଥରୁଛି ପାକ୍ । ଅପେରସନ ସିନ୍ଦୂରରେ ସଫା ହୋଇଗଲେ ୨୦୦ ଆତଙ୍କବାଦୀ । ପହଲଗାମ ଆକ୍ରମଣର କଡା ଜବାବ ଅପରେସନ ସିନ୍ଦୂରରେ ବାଚାଳ ହୋଇଯାଇଛି ପାକିସ୍ତାନ । ନିଜ ଦେଶରେ ଆତଙ୍କବାଦୀଙ୍କୁ ଶରଣ ଦେଇ ଭାରତର ସାର୍ବଭୌମତ୍ୱକୁ ସବୁବେଳେ କୁଠାରଘାତ କରିଆସିଛି ପଡୋଶୀ । ବହୁ ସମୟରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହିତ ନିରପରାଧ ଓ ନିର୍ଦୋଷ ଜୀବନ ନେଇଛି । ହେଲେ ବର୍ତମାନ ଆଉ ନୁହେ ଭାରତ ଆରମ୍ଭ କରିଦେଇଛି ଜବାଵୀ ମୁକାବିଲା ।
ଅପରେସନ ସିନ୍ଦୂରରେ ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ବାହାୱଲପୁର ଓ ମୁଦ୍ରିକେ ଭଳି ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ପ୍ରଚଣ୍ତ ଆକ୍ରମଣ କରିଛି ଭାରତ । ଯାହାଫଳରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ କରି ଚାଲିଛି ଗୋଟିଏ ପରେ ଗୋଟିଏ ଆକ୍ରମଣ । ଗୁରୁବାର ଠାରୁ ଭାରତର ବିଭିନ୍ନ ପ୍ରମୁଖ ସହର ଉପରେ ଲକ୍ଷ୍ୟ ସାଧନ କରି ଡ୍ରୋନ ଆକ୍ରମଣ ରଚିଥିଲା ଶତ୍ରୁ । ମାତ୍ର ଭାରତ ପ୍ରତିରକ୍ଷା ସଶସ୍ତ୍ରବାହିନୀ ଓ ସୁରକ୍ଷା ଶସ୍ତ୍ର S-400 ସୁଦର୍ଶନ ଚକ୍ର ଶତ୍ରୁର ସବୁ ଆକ୍ରମଣକୁ ଭଣ୍ଡୁର କରିଛି ।
ଭାରତୀୟ ସେନାର ସାହସ ଦେଖୁଛି ପାକିସ୍ତାନ । ପାକିସ୍ଥାନର ୯ଟି ସହରରେ ତାଣ୍ଡବ ରଚିଲା ଭାରତ । ଗୁଜରାଟ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରେ ପାକିସ୍ତାନ ୧୦୦ରୁ ଉର୍ଦ୍ଧ୍ୱ ମିସାଇଲକୁ ଭାରତର ବାୟୁ ପ୍ରତିରକ୍ଷା ଦ୍ୱାରା ନଷ୍ଟ କରାଯାଇଛି । ତେବେ ଏହାର ପ୍ରତିଉତ୍ତରରେ ଭାରତ କଡ଼ା ଜବାବ ଦେଇଛି । ପାକିସ୍ଥନର ପ୍ରମୁଖ ସହରରେ ଏବେ ନିଆଁ ବର୍ଷା କରିଛି ଭାରତୀୟ ବାୟୁସେନା । ଲାହୋର, କରାଚୀ, ସିଆଲକୋଟ, ପେଶାୱାର ଆଦି ସହର ମିସାଇଲ୍ ମାଡ଼ କରିଛି ବାୟୁ ସେନା । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିବା ସହିତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି ।
ବାୟୁ ସେନାର ରେଡ଼ରେ ସାଥ ଦେଉଛି ଭାରତୀୟ ଜଳସେନା । ଭାରତ କରାଚୀ ବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ କରିଦେଇଛି । ଆକ୍ରମଣ ଫଳରେ ବିସ୍ଫୋରଣ ଦୂର ଦୂର ପର୍ଯ୍ୟନ୍ତ ଶୁଭାଯାଇଛି । ୧୯୭୧ ମସିହା ପରେ ଭାରତୀୟ ଜଳ ସେନାର ପାକିସ୍ଥାନ ବିରୁଧରେ ଏହା ଏକ ବଡ଼ ଆକ୍ରମଣ । ଭାରତୀୟ ଜଳସେନା ପକ୍ଷରୁ ପାକିସ୍ଥାନର ପ୍ରମୁଖ ଜଳସେନାର ଆଡ୍ଡାକୁ ଲକ୍ଷ୍ୟକରି ମିଶାଇଲ ଆକ୍ରମଣ ଦ୍ୱାରା ଧ୍ବଂସ୍ତ ବିଧ୍ୱସ୍ତ କରିଦେଇଛି । ମୁମ୍ବାଇ ଠାରେ ଭାରତର ପଶ୍ଚିମୋତ୍ତର ଜଳସେନା ପ୍ରସ୍ତୁତ ରହିଛି ।
ଏହି ସମୟରେ ଜମ୍ମୁକାଶ୍ମୀର ର ନୌସେରା ଅଞ୍ଚଳରେ ଦୁଇଟି ଡ୍ରୋନକୁ ନିପାତ କରିଛି ଭାରତୀୟ ସେନା । ଭାରତର ବିଭିନ୍ନ ସ୍ଥାନରେ ଯେପରି ଜାମ୍ମୁ କାଶ୍ମୀର, ବରମୁଲ୍ଲା ଓ ଜାମନଗର ଭଳି ସ୍ଥାନରେ ପାକିସ୍ଥାନୀ ଡ୍ରୋନ ଗୁଡିକ ଦେଖିବାକୁ ମିଳିଛି । ଏହା ଫଳରେ କାଶ୍ମୀରର ଉଦ୍ଧମପୁର, ଉରୀ, ପୂଞ୍ଚ, ରାଯୋୖରି, ଅଖନୁର ଏବଂ ଶମ୍ବା ଜିଲ୍ଲାରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ସହିତ ଗୁଜୁରାଟ, ପଞ୍ଜାବ, ଜଳନ୍ଧର,ଗୂରଦାସପୁର, ପଠାନକୋଟ ଓ ରାଜସ୍ଥାନର ସୀମାବର୍ତୀ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକ ଆଉଟ ଘୋଷଣା କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇଆଲର୍ଟ ଘୋଷଣା କରାଯାଇ ଇଣ୍ଡିଆ ଗେଟ୍ ନିକଟରୁ ସାଧାରଣ ଲୋକଙ୍କୁ ହଟାଇ ଦିଆଯାଇ ପୂରା ଅଞ୍ଚଳକୁ ଖାଲି କରାଯାଇଛି । ଇଣ୍ଡିଆ ଗେଟ୍ ନିକଟରେ କାହାରିକୁ ବି ଅଟକିବାକୁ ଅନୁମତି ଦିଆଯାଉ ନାହିଁ ।
ଏହି ଆକ୍ରମଣ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର ସମସ୍ତ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଧର୍ମଶାଳା ଷ୍ଟାଡ଼ିୟମରେ ଥିବା ମ୍ୟାଚ ଗୁରୁବାର ରଦ୍ଦ ହେବା ପରେ ସମ୍ପୂର୍ଣ୍ଣ ଷ୍ଟାଡିଅମରେ ବ୍ଲାକଆଉଟ ପରିସ୍ଥିତି ରହିଛି ।
ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସାଉଥ୍ ବ୍ଲକରେ ସିଡିଏସ୍ ଏବଂ ତିନି ସେନାର ମୁଖ୍ୟଙ୍କ ସହିତ ପରିସ୍ଥିତି ସମୀକ୍ଷା କରିବେ।